fbpx

ବାଛୁରୀକୁ ଦୁଷ୍କର୍ମ କରୁଥିଲା ଦୁର୍ବୃତ୍ତ; ଚିତ୍କାର କଲେ ଗୋମାତା, ଗୁହାଳରେ ପହଞ୍ଚି ବହେ ଛେଚିଲେ ଲୋକ

ନୂଆଦିଲ୍ଲୀ: ମହାଷ୍ଟମୀରେ ମହାପାପ। ଗୋଶାଳାରେ ପଶି ବାଛୁରୀକୁ ଦୁଷ୍କର୍ମ। ନୋଏଡା ଫେଜ୍-୨ ଥାନା ଅଞ୍ଚଳରେ ସେକ୍ଟର ୧୦୦ରେ ଥିବା ଗୋଶାଳାରେ ଜଣେ ବ୍ୟକ୍ତି ବାଛୁରୀକୁ ହୋଇଛି ଦୁଷ୍କର୍ମ। ଗୋମାତାଙ୍କ ଚିତ୍କାର ଶୁଣି ଗୋଶାଳାରେ ପହଞ୍ଚିଥିଲେ ଲୋକ। ଲୋକମାନେ ଅଭିଯୁକ୍ତକୁ ଦୁଷ୍କର୍ମ କରୁଥିବା ଦେଖିଥିଲେ। ଦୁର୍ବୃତ୍ତକୁ ଧରି ମାଡ଼ ମାରିବା ସହ ପୋଲିସକୁ ହସ୍ତାନ୍ତର କଲେ ସ୍ଥାନୀୟ ଲୋକ।

ଗୋଶାଳାର କେୟାର ଟେକରଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟପକ୍ଷରେ ପୋଲିସର ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତର ମାନସିକ ସ୍ଥିତି ଭଲ ନଥିବା ଜଣାପଡ଼ିଛି। ଗୋଶାଳା ସହ ଜଡ଼ିତ ରାଜବାଳା ସିଂହଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରେ ସେ କହିଛନ୍ତି ଯେ ବିଳମ୍ବିତ ରାତିରେ କ୍ରିଷ୍ଣା ହୋଟେଲ ଚଳାଉଥିବା ମୁନେଶ ସୂଚନା ଦେଇଥିଲେ ଯେ ଜଣେ ବ୍ୟକ୍ତି ବାଛୁରୀକୁ ଦୁଷ୍କର୍ମ କରୁଛି।

ସେମାନେ ଘଟଣାସ୍ଥଳକୁ ଯାଇ ଦେଖିଲେ ଯେ ସେ ପଞ୍ଚଦେବ ନାମକ ଜଣେ ବ୍ୟକ୍ତି ଏବଂ ଗୋମାତାଙ୍କ ସହ ମନ୍ଦ କାମ କରୁଛି। ସେମାନେ ମିଶି ଅଭିଯୁକ୍ତକୁ ଧରିଥିଲେ। ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା। ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀ ବିନ୍ଧ୍ୟାଚଳ ତିୱାରୀ କହିଛନ୍ତି ଯେ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଘଟଣାର ତଦନ୍ତ ଚାଲିଛି। ପୁଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାବେଳେ ଅଭିଯୁକ୍ତ ଗୋଶାଳାରେ ପହଞ୍ଚିଥିଲା। ସେଠାରେ କେହି ନଥିବା ବେଳେ ବାଛୁରୀକୁ ଟାର୍ଗେଟ କରିଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।

Get real time updates directly on you device, subscribe now.