fbpx

Dollar ତୁଳନାରେ ତଳକୁ ଖସିଲା Rupee: ଅଲ୍ ଟାଇମ୍ ଲୋ’ ଭାବରେ ହେଲା ନୂଆ ରେକର୍ଡ

ନୂଆଦିଲ୍ଲୀ: ସପ୍ତାହର ଶେଷ ବ୍ୟବସାୟିକ ଦିନରେ ଭାରତୀୟ ମୁଦ୍ରା ସୃଷ୍ଟି କରିଛି ଏକ ନୂଆ ରେକର୍ଡ । ବ୍ୟବସାୟିକ ଇତିହାସରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ତଳକୁ ଖସିଛି ଭାରତୀୟ ମୁଦ୍ରା । ଟ୍ରେଡିଙ୍ଗ ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ହ୍ରାସ ପାଇଛି । ବର୍ତ୍ତମାନ ଅନୁସାରେ ସବନିମ୍ନ ୮୪ ଟଙ୍କା ପ୍ରତି ଡଲାର ରେକର୍ଡ କରାଯାଇଛି । ଏହାପୂର୍ବରୁ ଗୁରୁବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ୮୩.୯୮ରେ ବନ୍ଦ ହୋଇଥିଲା । ଏହାବ୍ୟତୀତ ଗତ ୨୦୨୨ ଜୁଲାଇ ୧୯ ତାରିଖରେ ଆମେରିକା ଡଲାର ତୁଳନାରେ ୮୦ ପାର କରିଥିଲା ଏବଂ ଏହା ପରଠାରୁ ଭାରତୀୟ ମୁଦ୍ରାର ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି ଭାରତୀୟ ମୁଦ୍ରା ।

ଏହାମଧ୍ୟରେମୋଟ ୬ଟି ବିଶିଷ୍ଟ ମୁଦ୍ରା ତୁଳନାରେ ଆମେରିକା ଡଲାରର ସ୍ଥିତି ଦର୍ଶାଉଥିବା ଡଳାର ସୂଚକାଙ୍କ ୦.୧୧ ପ୍ରତିଶତ ହ୍ରାସ ପରେ ୧୦୨.୮୭ରେ ରହିଛି । ଡଳାର ସୂଚକାଙ୍କ ଜୋ ୟେନ୍, ପାଉଣ୍ଡ, କାନାଡ଼ିଆନ୍ ଡଲାର, ସ୍ୱିଡିଶ କ୍ରୋନା ଏବଂ ସ୍ୱିସ ଫ୍ରାଙ୍କ ଏବଂ ୟୁରୋ ତୁଳନାରେ ଆମେରିକା ମୁଦ୍ରାକୁ ତୁଳନା ହୋଇଥାଏ । ଭାରତୀୟ ମୁଦ୍ରା ଦୁର୍ବଳ ହେବା ସହ ଏହାର ପ୍ରଭାବ ଅର୍ଥନୀତିରେ ମଧ୍ୟ ଦେଖିବାକୁ ମିଳୁଛି ।

ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ହେବା ସହ ପେଟ୍ରୋଲ- ଡିଜେଲ ଇତ୍ୟାଦି ପେଟ୍ରୋଲିୟମ୍ ପ୍ରଡକ୍ଟର ମୂଲ୍ୟରେ ବୃଦ୍ଧି ହୋଇପାରେ । ଏହାସହିତ ଡଲାର ଖର୍ଚ୍ଚ ହିସାବରେ ଆମଦାନୀ ହେଉଥିବା ସମସ୍ତ ପ୍ରଡକ୍ଟରେ ମୂଲ୍ୟବୃଦ୍ଧି ଦେଖିବାକୁ ମିଳିପାରେ । ବିଦେଶରେ ରହି ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ,କଲେଜ ଫିସ୍, ଭୋଜନ ଏବଂ ପରିବହନ ଇତ୍ୟାଦି ପାଇଁ ଡଲାରରେ ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ତେବେ ଶୁକ୍ରବାର ଭାରତୀୟ ସେୟାର ବଜାର ମଧ୍ୟ ଶାନ୍ତ ରହିଛି । ସେନସେକ୍ସ ଏବଂ ନିଫ୍ଟି ଉଭୟଉଭୟ ଡିପାର୍ଟମେଣ୍ଟ ଖୁବ କମ୍ ବ୍ୟବସାୟ କରିଥିବାର ରେକର୍ଡ ହୋଇଛି । ଗୁରୁବାର ୩୦ ସେୟାର ଉପରେ ଆଧାରିତ ବିଏସଇ ଜସେନସେକ୍ସ ୧୪୪.୩୧ ଅଙ୍କା ବା ୦.୧୮ ପ୍ରତିଶତ ବୃଦ୍ଧି ୮୧,୬୧୧.୪୧ ପଏଣ୍ଟରେ ବନ୍ଦ ହୋଇଛି । କାରବାର ସମୟରେ ଏହା ୫୩୫.୭୪କୁ ପହଞ୍ଚି ଯାଇଥିଲା । ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୬.୫୦ ପଏଣ୍ଟ ବା ୦.୦୭ ପ୍ରତିଶତ ବୃଦ୍ଧି ପାଇ ୨୪,୯୯୮.୪୫ ପଏଣ୍ଟରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.