fbpx

ଦୁର୍ଗାପୂଜା ପାଇଁ ଟ୍ୱିନସିଟିରେ ପ୍ରବଳ ଭିଡ଼: ଆଉ ସମ୍ଭାଳି ପାରୁନାହାଁନ୍ତି ପୋଲିସ୍, ଟ୍ରାଫିକ୍‌ରେ ଫସିଛନ୍ତି ଲୋକ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଦୁର୍ଗାପୂଜା ପାଇଁ ସବୁ ଛକରେ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖାବାକୁ ମିଳିଛି । ‌ ଦଶହରା ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଯୋଜନାର ତାଲିକା ଘୋଷଣା କରା ଯାଇଥିଲା । ଟ୍ରାଫିକ୍‌ ନିୟନ୍ତ୍ରଣଠୁ ଆରମ୍ଭ କରି ଜାମ୍‌ ସ୍ଥିତିକୁ ଏଡ଼ାଇବା ବାବଦରେ ଅନେକ ବ୍ୟବସ୍ଥା କରା ଯାଇଥିଲା । କିନ୍ତୁ ଆଜି ସବୁ କିଛି ଫସର ଫାଟିଗଲା ଭଳି ମନେ ହେଉଛି ।

ରାଜଧାନୀ ସମେତ କଟକର ବିଭିନ୍ନ ରାସ୍ତାରେ ବି ଅସମ୍ଭବ ଟ୍ରାଫିକ୍ ସମସ୍ୟା ଦେଖାଯିବା ସାଙ୍ଗକୁ ବିଭିନ୍ନ ଛକରେ ଟ୍ରାଫିକ୍ ଜାମ୍‌ ସୃ‌ଷ୍ଟି ହେବାର ଦେଖିବାକୁ ମିଳୁଛି । ମନେ ହେଉଛି, ଯେମିତି ସହରର ସବୁ ଲୋକ ରାସ୍ତା ଉପରକୁ ବାହାରି ଆସିଛନ୍ତି । ରବିଟକିଜ୍ ଠାରୁ ରସୁଲଗଡ଼, ସବୁଠୁ ଅଧିକ ଭିଡ଼ କେବଳ ଏହି ରାସ୍ତା ନୁହେଁ, ବା‌ଣୀବିହାରରୁ ଶିଶୁ ଭବନ,‌ ଜୟଦେବ ବିହାରରୁ ପଟିଆ, ବରମୁଣ୍ଡାରୁ ପଳାଶୁଣୀ, ଆଚାର୍ଯ୍ୟ ବିହାରରୁ ଏଜି ଛକ ଆଦି ରାସ୍ତାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ‌

ସେହିଭଳି କଟକର ଓମପି ଠାରୁ ଚାଉଳିଆଗଞ୍ଜ ପର୍ଯ୍ୟନ୍ତ, ଖାନ ନଗର ଠାରୁ ଲିଙ୍କ ରୋଡ୍ ଯାଏଁ ସବୁଠି ଟ୍ରାଫିକ ସମସ୍ୟା । ‌ଅଜି ମହାମାୟାଙ୍କ ମହାଷ୍ଟମୀ ସେଥିପାଇଁ ଗାଁ ଠୁ ସହର ସବୁ ଲୋକଙ୍କ ଭିତରେ ଉତ୍ସାହ । ପୂଜା ମଣ୍ଡପ ବୁଲି ଦେଖୁଛନ୍ତି ଲୋକ । ସୁରକ୍ଷା ଦେଉଛନ୍ତି ପୋଲିସ । ଯେତେବେଳେ ଜନ ଗହଳି ଅଧିକ ହେବେ, ସେତେବେଳେ କେତେକ ହାତ ଗଣତି ପୋଲିସ କଣ କରିବେ । ସେଥିପାଇଁ ଲୋକଙ୍କୁ ସତର୍କ ଓ ସଚେତନ ହେବାକୁ ପଡ଼ିବ ।

Get real time updates directly on you device, subscribe now.