fbpx

(Video) ମଣିଷ ଭଳି ଚଳପ୍ରଚଳ କରି କଥା କହୁଛି ରୋବଟ, ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଗାମୀ ଦିନରେ ମଣିଷ ପାଖେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହେବ ନାହିଁ । ମଣିଷ ଭଳି କାର୍ଯ୍ୟ କରିବ ରୋବଟ୍ । ବିଲେନିୟର ଏଲନ ମସ୍କ ଏଭଳି ଏକ ରୋବଟ ମାର୍କେଟକୁ ଆଣିଛନ୍ତି ଯାହାକି ମନୁଷ୍ୟ ଭଳି କଥାକୁହେ । X ର ମାଲିକ ଏଲନ୍ ମସ୍କ ‘ଆମେ ରୋବଟ୍’ ଇଭେଣ୍ଟରେ ତାଙ୍କ ଗାଡି ଏବଂ ରବୋଟକୁ ଉପସ୍ଥାପନା କରିଛନ୍ତି । ଏଲନ୍ ମସ୍କ ଏପରି ଜିନିଷ ଦେଖାଇଲେ ଯାହାକୁ ଆମେ କେବଳ କଳ୍ପନା କରିପାରିବା । ଏହି ଇଭେଣ୍ଟରେ ମସ୍କ ଟେସଲା ହ୍ୟୁମାନାଇଜଡ୍ ଅପ୍ଟିମସ୍ ଉପସ୍ଥାପନ କରିଥିଲେ । ଏଗୁଡ଼ିକ ହେଉଛି ମାନବ ଆକାରର ରୋବଟ୍ । ଏମାନେ ଦୁଇ ଗୋଡରେ ଚାଲନ୍ତି ଏବଂ ଦୁଇ ହାତ ଥାଏ । ମସ୍କ କହିଛନ୍ତି ଯେ, ଏମାନେ କିଛି ବି କରିପାରିବେ ।

ଏଲନ୍ ମସ୍କ କହିଛନ୍ତି, ଅପ୍ଟିମସ୍ ଆପଣଙ୍କ ମଧ୍ୟରେ ଚାଲିବ। ଯେତେବେଳେ ଆମେ ତାଙ୍କ ପାଖକୁ ଯିବା ସେମାନେ ଆମ ପାଇଁ ପାନୀୟ ପରିବେଷଣ କରିବେ । ଏହି ରୋବଟଗୁଡିକ କୁକୁର ମଧ୍ୟ ବୁଲାଇପାରିବେ, ପିଲାମାନଙ୍କର ଯତ୍ନ ନେଇପାରନ୍ତି ଏବଂ ବଗିଚାରେ ଘାସ ମଧ୍ୟ କାଟି ପାରନ୍ତି ।ମାର୍କେଟକୁ ଆସିଲେ ଏହାର ଦାମ୍ 20 ରୁ 30 ହଜାର ଡଲାର ହେବ । ଏହି ରୋବଟ ସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଗୁଡିକରେ ଏହି ରୋବଟ୍ ମଣିଷ ପରି କଥାବାର୍ତ୍ତା କରୁଥିବା ଦେଖାଯାଇଛି । ଏକ ସାଧାରଣ ଭାଷାରେ ମଧ୍ୟ ଉତ୍ତର ଦେଉଛି ।

Get real time updates directly on you device, subscribe now.