fbpx

ବିଜୟାଦଶମୀରେ ବଡ଼ ଉପହାର! ଏହି ରାଜ୍ୟରେ କର୍ମଚାରୀଙ୍କର ବଢ଼ିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀମାନେ ମହଙ୍ଗା ଭତ୍ତା (ଡିଏ) କୁ ଅପେକ୍ଷା କରିଛନ୍ତି । ଏହି ସମୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ରାଜ୍ୟ କର୍ମଚାରୀଙ୍କୁ ଡିଏ ସମ୍ପର୍କରେ ଏକ ବଡ ଉପହାର ଦେଇଛନ୍ତି ।

୧ ଜାନୁଆରୀ ୨୦୨୩ ରୁ ୧.୮୦ ଲକ୍ଷ ସରକାରୀ କର୍ମଚାରୀ ଏବଂ ୧.୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ୪% ବିଚାରାଧୀନ ମହଙ୍ଗା ଭତ୍ତା (ଡିଏ) ଜାରି କରିବାକୁ ସେ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣା ରାଜ୍ୟପାଣ୍ଠି ଉପରେ ବର୍ଷକୁ ୬୦୦ କୋଟି ଟଙ୍କାର ଭାର ପକାଇବ ।

୨୮ ଅକ୍ଟୋବରରେ ଦରମା ଗ୍ରହଣ କରାଯିବ :-
ଏହା ବ୍ୟତୀତ ଦିୱାଲୀ ପର୍ବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, କର୍ମଚାରୀ ଏବଂ ପେନସନଭୋଗୀମାନେ ଯଥାକ୍ରମେ ନଭେମ୍ବର ୧ ଏବଂ ୯ ବଦଳରେ ଅକ୍ଟୋବର ୨୮ ରେ ସେମାନଙ୍କର ଦରମା ଏବଂ ପେନସନ୍ ପାଇବେ । ଏହା ସହିତ କର୍ମଚାରୀ ଏବଂ ଅବସରପ୍ରାପ୍ତ ଲୋକଙ୍କ ସମସ୍ତ ବିଚାରାଧୀନ ଡାକ୍ତରୀ ବିଲ୍ ମଞ୍ଜୁରୀ କରିବାକୁ ସୁଖୁ ଘୋଷଣା କରିଛନ୍ତି, ଯେଉଁଥି ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା ହୋଇସାରିଛି । ଏହି ଆର୍ôଥକ ବର୍ଷରେ ଦରମା ଏବଂ ପେନସନ୍ ବକେୟା ପାଇଁ ସମୁଦାୟ ୨୦୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୁଖୁ କହିଛନ୍ତି । ବର୍ତ୍ତମାନ ଚତୁର୍ଥ ଶ୍ରେଣୀର ସରକାରୀ କର୍ମଚାରୀଙ୍କ ପାଇଁ ଦେୟ ଉପରେ ୨୦,୦୦୦ ଟଙ୍କା ଅତିରିକ୍ତ କିସ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଭତ୍ତାକୁ ଅପେକ୍ଷା କରୁଥିବା କେନ୍ଦ୍ରୀୟ କର୍ମଚାରୀ:-

କେନ୍ଦ୍ରୀୟ କର୍ମଚାରୀମାନେ ଜୁଲାଇରୁ ଡିସେମ୍ବର ମଧ୍ୟରେ ତ୍ରୈ ମାସିକ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ କର୍ମଚାରୀଙ୍କ ଭତ୍ତା ୫୦ ପ୍ରତିଶତ ରହିଛି । ଏହି ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇପାରେ ବୋଲି ଆକଳନ କରାଯାଇଛି । ଯଦି ୪ ପ୍ରତିଶତ ବୃଦ୍ଧି ହୁଏ ତେବେ ଏହା ୫୪ ପ୍ରତିଶତରେ ପହଞ୍ଚିବ ।

Get real time updates directly on you device, subscribe now.