fbpx

Video Calling ହେବ ଆହୁରି ମଜାଦାର: Whatsapp ଆଣିଲା ଆଉ ଏକ ଦମଦାର ଫିଚର

ଓଡ଼ିଶା ଭାସ୍କର: ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ପ୍ଲାଟଫର୍ମ ପାଲଟିଛି ହ୍ୱାଟ୍ସଆପ୍ । ୟୁଜରଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ କମ୍ପାନୀ ତରଫରୁ ଲଗାତାର ପ୍ରୟାସ ଜାରି ରହିଛି । ସେଥିପାଇଁ ବିଭିନ୍ନ ସମୟରେ ଆପ୍ ରେ ନୂଆ ନୂଆ ଫିଚର ମଧ୍ୟ ସାମିଲ କରାଯାଉଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ଆଉ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହି ଫିଚର ସାହାଯ୍ୟରେ ୟୁଜରଙ୍କ ପାଇଁ ଭିଡିଓ କଲ୍ ଆହୁରି ମଜାଦାର ହୋଇପାରିବ । ନୂଆ ଅପଡେଟରେ ଏଣିକି ଲୋ-ଲାଇଟ୍ ମୋଡ୍ ବ୍ୟବହାର କରିପାରିବେ ହ୍ୱାଟ୍ସଆପ୍ ୟୁଜର ।

ହ୍ୱାଟ୍ସଆପ୍ ରେ ଭିଡିଓ କଲିଙ୍ଗ ସମୟରେ କମ୍ ଲାଇଟ ସମସ୍ୟା ଦୂର କରିବ କମ୍ପାନୀ । ଏଥିପାଇଁ ନୂଆ ଅପଡେଟ ଆଣିବା ହ୍ୱାଟ୍ସଆପ୍ । ଭିଡିଓ କଲ୍ କରିବା ସମୟରେ ଲୋ-ଲାଇଟ୍ ମୋଡ ବ୍ୟବହାର କରାଯାଇପାରିବ । ଏହାଦ୍ୱାରା କମ୍ ଆଲୋକିତ ସ୍ଥାନରେ ମଧ୍ୟ ଭିଡିଓ କଲ୍ କ୍ୱାଲିଟି ଭଲ ରହିପାରିବ । ଏହାକୁ ବ୍ୟବହାର କରିବା ଦ୍ୱାରା କମ୍ ଆଲୋକିତ ସ୍ଥାନରେ ମଧ୍ୟ ଓଭରଅଲ୍ ବ୍ରାଇଟନେସ୍ ବୃଦ୍ଧି ପାଇଥାଏ । ଏହାଦ୍ୱାରା ଅବଜେକ୍ଟ ଉପରେ ଅଧିକ ଆଲୋକ ପଡ଼ିଥାଏ । ଆଲୋକର ସ୍ଥିତି ଯେମିତି ଥିଲେ ମଧ୍ୟ ବନ୍ଧୁଙ୍କୁ ସ୍ପଷ୍ଟ ଦେଖା ଯାଇପାରିବ ।

ଲୋ-ଲାଇଟ୍ ଅପ୍ସନ ବ୍ୟବହାର କରିବା ଖୁବ ସହଜ:

  • ହ୍ୱାଟ୍ସଆପ୍ ରେ ନିଜ ବନ୍ଧୁଙ୍କୁ ଭିଡିଓ କଲ୍ କରନ୍ତୁ
  • ଆପଣଙ୍କ ଭିଡିଓ ଫିଡକୁ ଫୁଲ ସ୍କ୍ରିନକୁ ଏକ୍ସପାଣ୍ଡ କରନ୍ତୁ
  • ଲୋ-ଲାଇଟ ମୋଡକୁ ଆକ୍ଟିଭେଟ୍ କରିବା ପାଇଁ ଟପ୍ ରାଇଟ୍ କର୍ଣ୍ଣରରେ ଥିବା ‘ବଲବ’ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ
  • ଏହାକୁ ବନ୍ଦ କରିବା ପାଇଁ କିମ୍ବା ଡିସେବଲ କରିବା ପାଇଁ ବଲବ ଆଇକନ୍ ଉପରେ ପୁଣିଥରେ କ୍ଲିକ କରନ୍ତୁ

ଏହାର ଇଣ୍ଟରଫେସରୁ ଜାଣିବାକୁ ମିଳିଛି ଯେ, ଜଣେ ୟୁଜର ଏହାକୁ ଖୁବ ସହଜରେ On-Off କରିପାରିବେ । ଲୋ-ଲାଇଟ୍ ମୋଡ ହ୍ୱାଟ୍ସଆପ୍ ios ଏବଂ ଆଣ୍ଡ୍ରଏଡ ଉଭୟ ଫର୍ମାଟରେ ଉପଲବ୍ଧ ରହିଛି । ତେବେ ୱିଣ୍ଡୋଜ ହ୍ୱାଟ୍ସଆପ୍ ରେ ଏହା ବର୍ତ୍ତମାନ ଉପଲବ୍ଧ ନାହିଁ । ତେବେ ଏହାପରେ ମଧ୍ୟ ୟୁଜର ଭିଡିଓ କଲ୍ ସମୟରେ ବ୍ରାଇଟନେସ ବ୍ୟବହାର କରିପାରିବେ । ପ୍ରତ୍ୟେକ କଲ୍ ପାଇଁ ଲୋ-ଲୋଇଟ୍ ମୋଡ ଆକ୍ଟିଭେଟ୍ କରିବାକୁ ପଡ଼ିବ । ଏହି ଲୋ-ଲାଇଟ୍ ମୋଡ୍ ଜରିଆରେ ୟୁଜର କମ୍ ଲାଇଟରେ ମଧ୍ୟ ଭିହିଓ କଲ୍ କରିବା ସହଜ ହୋଇପାରିବ ।

Get real time updates directly on you device, subscribe now.