ଭୟରେ ଭାଇଜାନ, ରାତିରେ ଆସୁଛି ଭୟଙ୍କର ସ୍ୱପ୍ନ, ଆଖିରୁ ହଜିଗଲାଣି ନିଦ

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ମହାରାଷ୍ଟ୍ର ପୋଲିସ ସିଦ୍ଦିକିଙ୍କ ନିକଟତମ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାକୁ ବଢାଇ ଦେଇଛି । ତାଙ୍କ ମୁମ୍ବାଇ ବାସଭବନରେ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ଏବେ ଭାଇଜାନଙ୍କ ସୁରକ୍ଷା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ପୋଲିସ ମାମଲାର ତଦନ୍ତ କରିବ ନା ଦବଙ୍ଗ ଖାନଙ୍କୁ ସୁରକ୍ଷା ଦେବ? ତଥାପି ହାଇ ଆଲର୍ଟରେ ରହିଛି ସଲମାନଙ୍କ ଘର । ହେଲେ ଆତଙ୍କିତ ଅବସ୍ଥାରେ ସଲମାନ ଖାନ ।

ସିଦ୍ଦିକିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ଭାଇଜାନ । ହେଲେ ଆଉ କୌଣସି କାମ କରିପାରୁନାହାନ୍ତି । ସିଦ୍ଧିକିଙ୍କ ହତ୍ୟା ପରେ ଭାଙ୍ଗି ପଡିଛନ୍ତି ସଲମାନ ଖାନ । ଭୟଭୀତ ମଧ୍ୟ ହୋଇପଡିଛନ୍ତି । ତାଙ୍କର ସମସ୍ତ ଫିଲ୍ମ, ଟିଭି ସୋ ସୁଟିକୁ ବନ୍ଦ କରିଦେଇଛନ୍ତି । କାହା ସହ ମଧ୍ୟ ଭେଟୁନାହାନ୍ତି । ସମ୍ପୂର୍ଣ୍ଣ ଏକା ରହୁଛନ୍ତି । ଏମିତି କି ତାଙ୍କ ଆଖିରୁ ଲୁହ ବହୁଛି ସିଦ୍ଦିକିଙ୍କ ପାଇଁ । ସଲମାନ ତାଙ୍କ ସହବୁ ପ୍ରୋଗ୍ରାମକୁ ବନ୍ଦ ରଖିଛନ୍ତି ସାମୟିକ ସମୟ ପାଇଁ ।

ତାଙ୍କୁ ଭେଟିବା ଉପରେ ମଧ୍ୟ କଟକଣା ଲଗାଇ ଦେଇଛନ୍ତି । ନାଁ କୁଆଡେ ଯାଉଛନ୍ତି, ନାହିଁ କାହାକୁ ତାଙ୍କୁ ଭେଟିବାକୁ ଅନୁମତି ଦେଉଛନ୍ତି । ସଲମାନଙ୍କ ଅବସ୍ଥା ଦେଖି ଲୋକ କହୁଛନ୍ତି, ସିଦ୍ଦିକି ସଲମାନଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ । ବିଭିନ୍ନ ମିଡିଆରେ ଆସୁଛି କି ସଲମାନଙ୍କ ପାଇଁ ସିଦ୍ଦିକିଙ୍କ ହତ୍ୟା କରାଯାଇଛି, ଯାହାକୁ ନେଇ ସଲମାନ ଭାଙ୍ଗି ପଡିଛନ୍ତି । ଏଥିସହ ଅନେକାଂଶରେ ଭୟଭୀତ ହୋଇ ପଡିଥିବା କୁହାଯାଉଛି ।

କଳା ହରିଣ ହତ୍ୟା ମାମଲାକୁ ନେଇ ଲରେନ୍ସ ବିଷ୍ଣୋଇ ଟାର୍ଗେଟରେ ଥିଲେ ସଲମାନ । ସଲମାନଙ୍କ ସହ ସିଦ୍ଦିକିଙ୍କ ବନ୍ଧୁତ୍ୱ ପାଇଁ ଲରେନ୍ସ ଆଗରୁ ସିଦ୍ଦିକିଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲା । ଏବେ ସିଦ୍ଦିକିଙ୍କ ହତ୍ୟା ପରେ ଲରେନ୍ସ ଗ୍ରୁପ ନିଜକୁ ଦାୟୀ କରିଥିବାରୁ କେଉଁଠି ନା କେଉଁଠି ସଲମାନ ନିଜକୁ ଦୋଷୀ ଓ ଅସୁରକ୍ଷିତ ମନେ କରୁଥିବା କୁହାଯାଉଛି ।

Get real time updates directly on you device, subscribe now.