କୁମାର ପୂର୍ଣ୍ଣିମାର ରାତିରେ ଚୁପାଚାପ ଏହି ମନ୍ତ୍ରକୁ ୨୧ ଥର କରନ୍ତୁ ଜପ, ଚନ୍ଦ୍ରମାଙ୍କ ଭଳି ଚମକିବ ଭାଗ୍ୟ

ଓଡ଼ିଶା ଭାସ୍କର: କୁମାର ପୂର୍ଣ୍ଣିମା ଦିନ ଶରତ ଋତୁର ଆରମ୍ଭ ହୋଇଥାଏ, ଯାହାର ହିନ୍ଦୁ ଧର୍ମରେ ଖାସ ମହତ୍ତ୍ୱ ରହିଛି। ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ, ଏହି ଦିନ ମାଆ ଲକ୍ଷ୍ମୀ ଏବଂ ଚନ୍ଦ୍ର ଦେବତାଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି କରାଯାଏ। ଏଥିସହ ଟଙ୍କା ପଇସାର ଅଭାବ ମଧ୍ୟ ଦୂରେଇ ଯାଏ। ତେବେ ଆସନ୍ତୁ ଜାଣିବା କେଉଁ ଉପାୟ କରିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କର ଘରକୁ ଆଗମନ ହୋଇଥାଏ।

କୁମାର ପୂର୍ଣ୍ଣିମା ଦିନ ନିଜ ହାତରେ ଘରେ କ୍ଷୀରି ତିଆରି କରନ୍ତୁ। ରାତିରେ ସେହି କ୍ଷୀରିକୁ ରୂପା ପାତ୍ରରେ ଜହ୍ନ ଆଲୋକରେ ରଖିଦିଅନ୍ତୁ। ଯଦି ଆପଣ କିଛି ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି ତେବେ ସେହି କ୍ଷୀରି ପାଖେ ଆପଣଙ୍କ ମନସ୍କାମନା କଥା କୁହନ୍ତୁ। ଏହାକୁ ତା’ ଡର ଦିନ ଦେବା-ଦେବୀଙ୍କୁ ପୂଜା କରିବା ପରେ ସେହି କ୍ଷୀରିକୁ ପ୍ରସାଦ ଭାବେ ସେବନ କରନ୍ତୁ। ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟୂ ଠିକ ରହିବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

କୌଣସି କାରଣରୁ ଯଦି ଆପଣ ଶରଦ ପୂର୍ଣ୍ଣିମାରେ କ୍ଷୀରିକୁ ରାତି ସାରା ରଖିପାରୁନାହାନତି ତେବେ ଏହା ସତ୍ତ୍ୱେ ବି ଆପଣ ଚନ୍ଦ୍ର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କ କୃପା ପାଇପାରିବେ। ଏହି ଦିନ କ୍ଷୀରିକୁ ଚନ୍ଦ୍ରମା ଆଲୋକରେ କିଛି ସମୟ ପାଇଁ ରଖନ୍ତୁ ଏବଂ ତାଖରେ ବସି ‘ଓଁ ଚନ୍ଦ୍ରମସେ ନମଃ’ ମନ୍ତ୍ର ଜପ କରନ୍ତୁ। ମନ୍ତ୍ର ଜପ କରିବା ପରେ ଏହି କ୍ଷୀରିକୁ ଘରକୁ ଆଣି ଖାଆନ୍ତୁ। ଏହି ଉପାୟ ଆପଣଙ୍କ ମନସ୍କାମନା ପୂରଣ କରିବ। ସାଧାରଣ ଲୋକଙ୍କ ଛଡା ଏହାକୁ ଗର୍ଭବତୀ ମହିଳା ଖାଇପାରିବେ। ଏଥିରେ ଚନ୍ଦ୍ର ଦେବତାଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।

Get real time updates directly on you device, subscribe now.