ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ହରିୟାଣା ଓ ଓ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଏହା ମଧ୍ୟରେ ଆଜି ପୁଣି ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାର ନିର୍ବାଚନ ନଭେମ୍ବର ୧୩ ଓ ୨୦ ତାରିଖରେ ଅନୁଷ୍ଠିତ ହେବ । ସେହିପରି ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନଭେମ୍ବର ୨୦ରେ ହେବ । ନଭେମ୍ବର ୨୩ରେ ଏହି ଦୁଇ ରାଜ୍ୟରେ ଫଳାଫଳ ଘୋଷଣା ହେବ ।

ତେବେ ନିକଟରେ ହରିୟାଣାରେ କଂଗ୍ରେସ ପରାଜୟବରଣ କରିଥିବା ବେଳେ ଜମ୍ମୁ କଶ୍ମୀରରେ ନ୍ୟାସନାଲ କନଫରେନ୍ସ (ଏନସି) ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି । ତେଣୁ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ କଂଗ୍ରେସ ତା’ର ଦମ୍ ଦେଖାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳ ଏହି ଦୁଇ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏଆଇସିସି ବରିଷ୍ଠ ପର୍ଯ୍ୟବେକ୍ଷକ (ଡିଭିଜନ-ୱାଇଜ)) ଓ ର୍ୟା ନିର୍ବାଚନ ବରିଷ୍ଠ ସଂଯୋଜକଙ୍କୁ ନିଯୁକ୍ତି ଦେଇଛି । ଏଥିସହିତ ଦଳ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏଆଇସିସି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି । ଏନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରାଯାଇଛି ।

Get real time updates directly on you device, subscribe now.