ପରାଲି ଜାଳିବାରେ ଲାଗୁନି ରୋକ, ପଞ୍ଜାବ ଓ ହରିଆଣା ସରକାରକୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ନଡା ଜାଳିବାକୁ ନେଇ ସୁପ୍ରିମ କୋର୍ଟ ପଞ୍ଜାବ ଓ ହରିଆଣା ସରକାରକୁ ମାମଲା ଆଗକୁ ବଢାଇବା ଓ ମାମୁଲି ଜରିମାନା ଲଗାଇ ଲୋକଙ୍କୁ ଛାଡିବା ଉପରେ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କୁ ଆସନ୍ତା ୨୩ରେ କୋର୍ଟରେ ହାଜର ହେବାକୁ ଦେଇଛନ୍ତି କଡା ନିର୍ଦ୍ଦେଶ । ଜଷ୍ଟିସ ଅଜୟ ଏସ ଓକା, ଜଷ୍ଟିସ୍ ଅହସାନୁଦ୍ଦିନ ଅମାନଲ୍ଲାହ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ବାୟୁର ମାନ ପ୍ରବନ୍ଧନ ଆୟୋଗ (ସିକ୍ୟୁଏମ)କୁ ଜରିମାନା ଆଦାୟରେ ବିଫଳ ହରିଆଣା ସରକାରର ଅଧିକାରୀଙ୍କ ଉପରେ କଠୋର ଦଣ୍ଡବିଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଶୀର୍ଷ ଅଦାଲତ ସିକ୍ୟୁଏମର ତୁଳନା ଦନ୍ତ ହୀନ ବାଘ ସହ କରିଛନ୍ତି । କୋର୍ଟ ପରାଲି ଜଳାଇବା ମାମଲାରେ ହରିଆଣା ସରକାରର ପଦକ୍ଷେପ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି କି, ଏହା କୌଣସି ରାଜନୈତିକ ମାମଲା ନୁହେଁ । ଯଦି ମୁଖ୍ୟ ସଚିବ କାହା ଇସାରାରେ କାମ କରୁଛନ୍ତି , ତେବେ ତାଙ୍କୁ ସ୍ପଷ୍ଟିକରଣ ମଗାଯିବ ।

ମାମଲାରେ ପଞ୍ଜାବ ସରକାର ଉପରେ ବର୍ଷିଛନ୍ତି କୋର୍ଟ । କୋର୍ଟ କହିଛନ୍ତି କି, ଗତ ୩ ବର୍ଷରେ ନଡା ଜଳିବା କାରଣରୁ ଗୋଟିଏବି ମକଦମା ହୋଇନି । ଆହୁରି ପଞ୍ଜାବ ସରକାରକୁ କଟାକ୍ଷ କରି କହିଛନ୍ତି କି, ଚାଷୀଙ୍କୁ ଟ୍ରାକ୍ଟର ଦେବା ପାଇଁ କେନ୍ଦ୍ରରୁ ଅର୍ଥ ସଂଗ୍ରହ ପାଇଁ କୌଣସି କାମ କରିଲା ନି ।

ଦୁଇ ରାଜ୍ୟର ସରକାରକୁ ଭର୍ତ୍ସନା କରିବା ପରେ କୋର୍ଟ ସିକ୍ୟୁଏମକୁ ବି ଭର୍ତ୍ସନା କରିଛନ୍ତି । କାରଣ ସରକାରଙ୍କ ନିଷ୍କ୍ରିୟତା ପାଇଁ ନଡା ଜାଳିବା କାମରେ ହ୍ରାସ ହେଉନାହିଁ । ଫଳରେ ଦିଲ୍ଲୀର ବାୟୁ ପ୍ରଦୂଷିତ ହେଉଛି । ଶୀତ ଦିନରୁ ପ୍ରଦୂଷଣ ବର୍ଷା ଆସିବା ଯାଏ ଜାରି ରହୁଛି । ଯାହାକୁ ନେଇ ପୂର୍ବରୁ ନଡା ଜାଳିବା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି କୋର୍ଟ ।

Get real time updates directly on you device, subscribe now.