ମାତ୍ର ୬ ମାସ ପାଇଁ ଜଷ୍ଟିସ ଖନ୍ନା ହେବେ ସିଜେଆଇ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ପରେ ଜଷ୍ଟିସ ସଂଜୀବ ଖନ୍ନା ହେବ ଦେଶର ସିଜେଆଇ । ବର୍ତ୍ତମାନର ସିଜେଆଇ ଜଷ୍ଟିସ ଖାନ୍ନାଙ୍କ ନାଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ତେବେ ଜଷ୍ଟିସ ଖାନ୍ନା ମାତ୍ର ୬ ମାସ ପାଇଁ ହେବାକୁ ଯାଉଛନ୍ତି ସିଜେଆଇ । ଆସନ୍ତା ମେ ୨୦୨୫ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ । ଜଷ୍ଟିସ ଖାନ୍ନା ୧୯୮୩ରେ ତାଙ୍କ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତି ।

୧୦ ନଭେମ୍ବରକୁ ସିଜେଆଇ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଏହା ପୂର୍ବରୁ ଖନ୍ନା ଦାୟିତ୍ୱ ଗ୍ରହଣ କରିବେ । ତାଙ୍କର ଦେଶର ଆଇନ ବ୍ୟବସ୍ଥାରେ ଦୀର୍ଘ ଅଭିଜ୍ଞତା ରହିଛି । ୧୯୮୩ରେ ସେ ଦିଲ୍ଲୀ ବାର କାଉନସିଲରେ ନାମ ପଞ୍ଜିକରଣ କରିଥିଲେ । ଦିଲ୍ଲୀ ହାଇକୋର୍ଟ ଯିବା ଆଗରୁ ସେ ତିନହଜାରୀ ଜିଲ୍ଲା କୋର୍ଟରେ ପ୍ରାକ୍ଟିସ କରିଥିଲେ ।

ତାଙ୍କର ସମ୍ବିଧାନିକ ଆଇନ, ମଧ୍ୟସ୍ଥତା, ବ୍ୟବସାୟିକ ଆଇନ, କମ୍ପାନୀ ଆଇନ ଓ ଅପରାଧିକ ଆଇନ ପରି ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ରହିଛି । ଆୟକର ବିଭାଗର ଜଣେ ବରିଷ୍ଠ ଆଇନଜୀବୀ ଭାବେ ଦିଲ୍ଲୀରେ ପରିଚିତ । ସେ ଦିଲ୍ଲୀ ହାଇକୋର୍ଟରେ ଆଡିସିନାଲ ପବ୍ଲିକ ପ୍ରୋସିକ୍ୟୁଟର ଭାବେ କାମ କରିଥିଲେ । ସେ ବହୁ ସମୟରେ ଦିଲ୍ଲୀ ହାଇକୋର୍ଟର ସହାୟତା ପାଇଁ ଆମିକସ କ୍ୟୁରି ଭାବେ କାମ କରିଥିଲେ ।

୨୦୦୫ରେ ଦିଲ୍ଲୀ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ୨୦୦୬ରେ ବିଚାରପତି ହୋଇଥିଲେ । ତାଙ୍କ କାର୍ଯ୍ୟକାଳରେ ସେ ଦିଲ୍ଲୀ ଆଇନ ଶିକ୍ଷାନୁଷ୍ଠାନ, ଦିଲ୍ଲୀ ଅନ୍ତର୍ଜାତୀୟ ମଧ୍ୟସ୍ଥତା, କେନ୍ଦ୍ର ଓ ଜିଲା ନ୍ୟାୟାଳୟ ମଧ୍ୟସ୍ଥତା କେନ୍ଦ୍ରରେ ଦାୟିତ୍ୱ ତୁଲାଇଥିଲେ । ସେ ଜାନୁଆରୀ ୨୦୧୯ରେ ସୁପ୍ରିମ କୋର୍ଟର ବିଚାରପତି ଭାବେ ନୁଯୁକ୍ତି ପାଇଥିଲେ ।

ତାଙ୍କ ଦ୍ୱାରା ହୋଇଥିବା ଶୁଣାଣିରେ ଦିଲ୍ଲୀର ପୂର୍ବ ମୁଖ୍ୟବିଚାରପତି ଅରବିନ୍ଦ କେଜରିୱାଲଙ୍କୁ ଅନ୍ତରୀମ ଜାମିନ, ଇଭିଏମକୁ ନେଇ ଚାଲିଥିବା ମାମଲାରେ ସେ ଖଣ୍ଡପୀଠର ଦାୟିତ୍ୱ ନେଇଥିଲେ, ଯେଉଁଥିରେ ଇଭିଏମ ୧୦୦ ପ୍ରତିଶତ କାମ କରୁଥିବା ପ୍ରମାଣିତ ହୋଇଥିଲା । ଆର୍ଟିକିଲ ୩୭୦ ଉଚ୍ଛେଦ ଖଣ୍ଡପୀଠରେ ସେ ମଧ୍ୟ ସାମିଲ ଥିଲେ ।

 

Get real time updates directly on you device, subscribe now.