ଛିଃ… କେମିତି ତିଆରି ହୁଏ ଗୁପଚୁପ? ଖାଇବା ପୂର୍ବରୁ ଦେଖି ନିଅନ୍ତୁ ଏହି ଭିଡିଓ, ଗ୍ରାହକ ନିରାଶ

ଓଡ଼ିଶା ଭାସ୍କର: ପିଲାରୁ ବୁଢା, ପ୍ରାୟ ସମସ୍ତେ ଗୁପଚୁପ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ବଜାରରେ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ ସୁଆଦିଆ ଗୁପଚୁପ । ଟିକିଏ ରାଗ, ଟିକିଏ ଲୁଣି, ସାଙ୍ଗକୁ ଗୁପଚୁପର ଟେଷ୍ଟ ବାଟ ଚଲା ଲୋକଙ୍କୁ ପାଖକୁ ଟାଣି ଆଣେ । ଭାରତର ପ୍ରାୟ ସମସ୍ତ ଲୋକଏହି ଗୁପଚୁପ ଖାଇବାକୁ ଭଲ ପାଆନ୍ତି । ତେଣୁ ଦେଶର ପ୍ରତିଟି ଛକ, ପ୍ରତିଟି କୋଣ ଅନୁକୋଣରେ ଗୁପଚୁପ ଷ୍ଟଲ ମିଳିଯିବ । ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗୁପଚୁପ ଷ୍ଟଲ ପକାଉଥିବା ଦୋକାନୀମାନେ ମଧ୍ୟ ବିଭିନ୍ନ ଏକ୍ସପେରିମେଣ୍ଟ କରନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆଗକୁ ଗୁପଚୁପ ଖାଇବାକୁ କେବେ ଚିନ୍ତା ବି କରିବେନି ।

ସମସ୍ତେ ଗୁପଚୁପ ଖାଇବାକୁ ବହୁତ ପସନ୍ଦ କରିନ୍ତି ଏହାକୁ ଆମେ ସ୍ନାକ୍ସ ଭାବରେ ମଧ୍ୟ ଖାଇଥାଉ । ଏହା ଏକ ଏପରି ଚଟପଟା ଜିନିଷ ଯାହାକୁ ଗୋଟିଏ ଖାଇବା ପରେ ଆଉ ଗୋଟିଏ ଖାଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ସବୁ ବେଳେ ଗୁପଚୁପ ଖାଇବାକୁ ନେଇ ମନରେ ପ୍ରଶ୍ନ ଉଠେ ଏହା ଖାଇବା ଠିକ ନା ଭୁଲ? ଏହାକୁ ସ୍ୱଚ୍ଛ ଭାବରେ ପ୍ରସ୍ତୁତ କରାଯାଉଛି କି ନାହିଁ? କାରଣ ଆମେ ଅନେକ ଭାଇରାଲ ଭିଡିଓରେ ଗୁପଚୁପ ପ୍ରସ୍ତୁତି ଦେଖିବା ପରେ ଆମ ଲୋଭ ମଧ୍ୟ କମି ଯାଏ ଏହାକୁ ଖାଇବା ପାଇଁ । ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଭିଡିଓରେ ଗୁପଚୁପ ପଛର କଳା ରହସ୍ୟ ଅପଲୋଡ ହୋଇଯାଇଛି । ଗୁପଚୁପ ପ୍ରସ୍ତୁତି କରିବା ବେଳେ ବ୍ୟବସାୟୀ ଅଟା/ମଇଦାକୁ ପାଦରେ ଦଳୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଅତି ଉତ୍ସାହର ସହ ଏବଂ ଆନନ୍ଦରେ ଖାଉଥିବା ଗୁପଚୁପର ଏଭଳି ପ୍ରସ୍ତୁତି ପ୍ରଣାଳୀ ଦେଖିବା ପରେ ଗୁପଚୁପ ପ୍ରତି ଲୋକଙ୍କ ଘୃଣା ଭାବ ଆସିପାରେ ।

 

View this post on Instagram

 

A post shared by Zee News (@zeenews)

ଏହି ଭିଡିଓକୁ ଜଣେ ୟୁଜର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ଦେଖଶଯାଇଛି ଯେ, ୨ ଜଣ ଯୁବକ ତଳେ ଅଟା ବା ମଇଦାକୁ ପତଳା ଏବଂ ଗୁପଚୁପ ଉପଯୋଗୀ କରିବା ପାଇଁ ଏହାକୁ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଚଟାଣରେ ଏକ କପଡ଼ାରେ ଏହାକୁ ରଖି ପାଦରେ ଦଳିବାରେ ଲାଗିଛନ୍ତୁ ଏହି ଦୁଇ ଯୁବକ । ଲୋକ ଅତି ଭରସାରେ ଖାଉଥିବା ଗୁପଚୁପକୁ ବ୍ୟବସାୟୀମାନେ ପାଦରେ ଦଳି ଦେଉଥିବା ଦେଖି ୟୁଜର୍ସ ବେଶ୍ ନିରାଶା ପ୍ରକାଶ କରିଛନ୍ତି । ପାଖରେ ଥିବା ଜଣେ ବ୍ୟକ୍ତି ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଇଣ୍ଟରନେଟରେ ଏହି ଭିଡିଓ ଅପଲୋଡ ହେବା ପରେ ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଅନେକ ୟୁଜର ଏହି ଭିଡିଓକୁ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.