ବହରାଇଚ ହିଂସା: ଅଭିଯୁକ୍ତ ଧରାପଡ଼ିବା ପରେ ବି ପ୍ରଶାସନ ଉପରେ ବର୍ଷିଲେ ରାମଗୋପାଳଙ୍କ ପତ୍ନୀ

ନୂଆଦିଲ୍ଲୀ: ବହରାଇଚରେ ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଥିବା ରାମଗୋପାଳଙ୍କ ପତ୍ନୀ ଦାବି କରିଛନ୍ତି ଯେ, ପରିବାରକୁ ଦାବି ଅନୁଯାୟୀ ନ୍ୟାୟ ମିଳୁନାହିଁ । ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ମୃତକଙ୍କ ପତ୍ନୀ ରୋଲି ମିଶ୍ର କହିଛନ୍ତି, “ମୁଁ ୪ ଦିନ ତଳେ ହତ୍ୟା ହୋଇଥିବା ରାମ ଗୋପାଳ ମିଶ୍ରଙ୍କ ପତ୍ନୀ । ଆମେ ନ୍ୟାୟ ଦାବି କରୁଛୁ ଯାହା ଆମକୁ ମିଳୁନାହିଁ । ପ୍ରଶାସନ ଆମକୁ ନ୍ୟାୟ ଦେଇପାରୁନାହିଁ ।

ପୁଲିସ ଲାଞ୍ଚ ନେଇଛନ୍ତି । ଦୋଷୀମାନଙ୍କୁ ଧରାଯାଇଛି, କିନ୍ତୁ ହତ୍ୟା କରାଯାଇନାହିଁ । ପୁଲିସ ଓ ପ୍ରଶାସନ ଆମ ପ୍ରତି ଅନ୍ୟାୟ କରୁଛନ୍ତି । ଏହା ପୂର୍ବରୁ ରୋଲି ବହରାଇଚ୍ ହିଂସାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଥିଲେ । ହିଂସା କାଣ୍ଡ ପରେ ଦୋଷୀମାନଙ୍କୁ କ’ଣ ଦଣ୍ଡ ଚାହୁଁଛନ୍ତି ବୋଲି ପଚରାଯିବାରୁ ରୋଲି କହିଥିଲେ, ଆମେ ସେମାନଙ୍କୁ ମରିବାକୁ ଚାହୁଁଛୁ ।”

ଅନ୍ୟପକ୍ଷରେ ମୃତକଙ୍କ ବାପା କୈଳାସ ନାଥ ମିଶ୍ର ଶୁକ୍ରବାର ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି ଯେ “ପୁଅର ମୃତ୍ୟୁ ଭଳି ଅଭିଯୁକ୍ତଙ୍କୁ ମଧ୍ୟ ହତ୍ୟା କରାଯାଉ । ଘର ନିର୍ମାଣ, ବୋହୂଙ୍କୁ ଚାକିରି, ନଗଦ ଟଙ୍କା, ଆୟୁଷ୍ମାନ କାର୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଆମକୁ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଆମର ଦାବି ହେଉଛି ଯେ ଆମ ପୁଅକୁ ଯେଉଁଭଳି ଭାବେ ହତ୍ୟା କରାଯାଇଛି, ଅଭିଯୁକ୍ତ ସହ ମଧ୍ୟ ସେହିଭଳି କରାଯାଉ ।”

Get real time updates directly on you device, subscribe now.