କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଭାଇ ଗିରଫ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଭାଇ ଗୋପାଲ ଜୋଶୀଙ୍କୁ ଗିରଫ କରାଯାଇଛି । ଜଣେ ମହିଳାଙ୍କ ଠାରୁ ୨ କୋଟି ଠକେଇ ଅଭିଯୋଗରେ ଗୋପାଲଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେବାକୁ କହି ଗୋପାଲ ୨୫ ଲକ୍ଷ ଟଙ୍କା ନେଇଥିଲେ । ମାତ୍ର ଟିକେଟ ଦେଇନଥିବା ନେଇ ଜଣେ ମହିଳା ଅଭିଯୋଗ କରିଥିଲେ । ଅର୍ଥ ଫେରସ୍ତ କରିବାକୁ କହିବାରୁ ଗୋପାଲ ୨୦୦ କୋଟି ଟଙ୍କାର ଏକ ପ୍ରୋଜେକ୍ଟ କଥା ପହି ପୁଣି ୧ କୋଟି ୭୫ ଲକ୍ଷ ଟଙ୍କା ନେଇଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ସେ ଉକ୍ତ ଅର୍ଥ ଫେରସ୍ତ କରିନଥିବା ଅଭିଯୋଗ ହୋଇଛି ।

ଖବର ମୁତାବକ, ଜେଡିଏସର ପୂର୍ବତନ ବିଧାୟକ ଦେବବନ୍ଦ ଫୁଲ ସିଂହ ଚଭନଙ୍କ ପତ୍ନୀ ସୁନୀତା ଚଭନଙ୍କ ଅଭିଯୋଗ ଆଧାରରେ ଗୋପାଲଙ୍କୁ ଗିରଫ କରାଯାଇଛି । ସୁନୀତାଙ୍କ ପକ୍ଷରୁ ଦାୟର କରାଯାଇଥିବା ଏଫଆଇଆରରେ ପ୍ରହ୍ଲାଦଙ୍କ ଭଉଣୀ ବିଜୟଲକ୍ଷ୍ମୀ ଓ ପୁତ୍ର ଅଜୟ ଜୋଶୀଙ୍କ ନାମ ମଧ୍ୟ ରିହଛି । ସୁନୀତା ୨୦୨୩ରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ, ମାତ୍ର ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେବେ ଲୋକସଭା ନିର୍ବାଚନରେ ଟିକେଟ ଦେବାକୁ କହି ଗୋପାଲ ତାଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ସୁନୀତା ଅଭିଯୋଗ କରିଥିଲେ । ବେଙ୍ଗାଲୁରୁ ପୋଲିସ ଗୋପାଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.