(Video) ଭାରତ-ପାକିସ୍ତାନ ମ୍ୟାଚ ବେଳେ ମୁହାଁମୁହିଁ ହେଲେ ଦୁଇ ଦେଶର ଖେଳାଳି

ନୂଆଦିଲ୍ଲୀ: ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଇମର୍ଜିଂ ଏସିଆ କପ ମୁକାବିଲା ଚାଲିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୧୮୩ ରନ୍ ସଂଗ୍ରହ କରିଛି । ଅଧିନାୟକ ତିଲକ ବର୍ମା ସର୍ବାଧିକ ୪୪ ରନ୍ ସଂଗ୍ରହ କରିଥିଲେ । ପାକିସ୍ତାନ ପକ୍ଷରୁ ସୁଫିୟାନ ମୁକିମ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ମୁକାବିଲା ଅବସରରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ଦୁଇ ଦେଶର ଖେଳାଳି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ ।

ସାଧାରଣ ଭାବେ ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବାକୁ ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ମଧ୍ୟ ବଡ଼ ଉତ୍ସାହ ପରିଲକ୍ଷିତ ହୋଇଥାଏ । ମ୍ୟାଚର ଅନ୍ତିମ ବଲ ନ ପଡ଼ିବା ପର୍ଯ୍ୟନ୍ତ କିଏ ବିଜେତା ହେବ ତାହା କହିବା ଅସମ୍ଭବ ହୋଇପଡ଼ିଥାଏ । ତେବେ ଆଜି ଭାରତୀୟ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଓ ପାକିସ୍ତାନୀ ବୋଲର ସୁଫିୟାନ ମୁକିମଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ପ୍ରଭସିମରନ ସିଂହଙ୍କ ସହ ମିଶି ଅଭିଷେକ ଭାରତର ପ୍ରାରମ୍ଭିକୁ ସ୍ଥିତିକୁ ସୁଦୃଢ଼ କରିଥିଲେ । ଅଭିଷେକ ୨୨ଟି ବଲରୁ ୩୫ ରନ୍ ସଂଗ୍ରହ କରିଥିଳେ ।
ତେବେ ପାୱରପ୍ଲେର ପରବର୍ତ୍ତୀ ଓଭରରେ ଅଭିଷେକ ସୁଫିୟାନଙ୍କ ଓଭରର ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ବଡ଼ ଶଟ୍ ମାରିବାକୁ ଯାଇ ଅଭିଷେକ ଆଉଟ୍ ହୋଇଯାଇଥିଲେ । ତେବେ ୱିକେଟ ପଡ଼ିବା ପରେ ପାଭିଲିୟନ ଆଡ଼କୁ ଯିବାକୁ ସୁଫିୟାନ ଇସାରା କରିଥିଲେ । ଏହି ହରକତକୁ ନେଇ ଅଭିଷେକ ରାଗି ଯାଇଥିଲେ ଓ ସେ ସୁଫିୟାନଙ୍କୁ ଜବାବ ଦେଇଥିବା ଦେଖାଯାଇଥିଲା । ଏହାପରେ ଅମ୍ପାୟାର ହସ୍ତକ୍ଷେପ କରି ଦୁହିଁଙ୍କୁ ଶାନ୍ତ କରାଇଥିଲେ ।

Get real time updates directly on you device, subscribe now.