ସକାଳୁ ସକାଳୁ ଦିଲ୍ଲୀର କ୍ୟାମ୍ପସ ସ୍କୁଲ ପାଖରେ ବିସ୍ଫୋରଣ, ବ୍ଲାଷ୍ଟ ପୂର୍ବରୁ ପୋଲିସକୁ ମିଳିଥିଲା ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ରବିବାର ଦିନ ବିସ୍ଫୋରଣ ଘଟିଛି। ଏଥିରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏହି ବିସ୍ଫୋରଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ବିଦ୍ୟାଳୟ ପାଚେରୀ ପାଖରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣର ଶବ୍ଦ ଆଖପାଖରେ ଥିବା ଗାଡିମାନଙ୍କ ମିରର ଭାଙ୍ଗିଦେଇଛି।

ବିସ୍ଫୋରଣ ପୂର୍ବରୁ ଦିଲ୍ଲୀ ପୋଲିସ ଏବଂ ଦମକଳ ବିଭାଗକୁ ଏହାର ସୂଚନା ମିଳିଥିଲା। ପୋଲିସ ଏବଂ ଦମକଳ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା, ହେଲେ ଘଟଣାସ୍ଥଳରେ ଏପରି କିଛି ମିଳିନଥିଲା। ଦିଲ୍ଲୀ ପୋଲିସ ଏହି ଫୋନ କଲର ଯାଞ୍ଚ କରୁଛନ୍ତି। ଦିଲ୍ଲୀ ଫାୟର ସେବା ବିଭାଗର ଦମକଳ କର୍ମୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଦିଲ୍ଲୀ ଫାୟର ସେବା ବିଭାଗ ମୁତାବକ, ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରରେ ସିଆରପିଏଫ ସ୍କୁଲ ବାହାରେ ବିସ୍ଫୋରଣର ଖବର ମିଳିଥିଲା। ସକାଳ ୭ଟା ୫୦ ମିନିଟରେ ଦମକଳ ବିଭାଗକୁ ଘଟଣାର ସୂଚନା ମିଳିଥିଲା, ଯାହାପରେ ଦୁଇଟି ଦମକଳ ଗାଡିକୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ପଠାଯାଇଥିଲା। ଏପର୍ଯ୍ୟନ୍ତ ନିଆଁ ଲାଗିବା ବା ପାଚେରୀକୁ କ୍ଷତି ପହଞ୍ଚିବାର କୌଣସି ସୂଚନା ମିଳିନାହିଁ। ଟିମ ଲଗାତାର ଏହି ଅଞ୍ଚଳରେ ଲଗାତାର ଯାଞ୍ଚ ଅଭିଯାନ ଚଳାଇଛି।