ନଭେମ୍ବର ୩ରୁ ଆରମ୍ଭ OJE-2023 ମୁଖ୍ୟ ଲିଖିତ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୩ ତାରିଖରେ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବରୁ ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ତାରିଖ ଘୋଷଣା କରାଯାଇଥିବା ବେଳେ ଏବେ ପରୀକ୍ଷା ସେଣ୍ଟର ଓ ବିଷୟ କୋଡକୁ ନେଇ ପ୍ରୋଗ୍ରାମ ଜାରି କରାଯାଇଛି । ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଶିଡ୍ୟୁଲ ଅନୁଯାୟୀ ରାଜ୍ୟର ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ୩ଟି ଜୋନରେ ପରୀକ୍ଷା କରାଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ନଭେମ୍ବର ୩ ତାରିଖ ଠାରୁ ମୁଖ୍ୟ ଲିଖିତ ପରୀକ୍ଷା ଆରମ୍ଭ ହୋଇ ୬ ତାରିଖରେ ସମାପ୍ତ ହେବ । ଦୁଇଟି ଶିଫ୍ଟରେ ଏହି ପରୀକ୍ଷା କରାଯିବ । ସକାଳ ୯.୩୦ରୁ ୧୨.୩୦ ପର୍ଯ୍ୟନ୍ତ ପ୍ରଥମ ଶିଷ୍ଟ ପରୀକ୍ଷା ଓ ଦ୍ୱିପ୍ରହର ୨ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ଅନୁଷ୍ଠିତ ହେବ । କେଉଁ ଦିନ କେଉଁ ବିଷୟର ପରୀକ୍ଷା କରାଯିବ, କେଉଁ ପରୀକ୍ଷା କେନ୍ଦ୍ରରେ କେତେଜଣ ପ୍ରାର୍ଥୀ ପରୀକ୍ଷା ଦେବେ ତା’ର ଏକ ପ୍ରୋଗ୍ରାମ ଅଫିସିଆଲ ୱେବସାଇଟରେ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିଲା । ମୋଟ ୨୭୭ ଜଣ ପୁରୁଷ ଓ ୪୦୩ ଜଣ ମହିଳା ପ୍ରାର୍ଥୀ ସେଥିରେ କୃତକାର୍ଯ୍ୟ ହୋଇଥିଲେ । ଜୁନ୍ ମାସ ୨୨ ତାରିଖରେ ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.