(Video): ଚଳନ୍ତି ଟ୍ରେନରେ ଏ କ’ଣ ? ଶୌଚାଳୟ ପାଖରେ ବସି କ’ଣ କାଟୁଛନ୍ତି ବେପାରି…ଦେଖିଲେ ଆସିବ ବାନ୍ତି

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରୁ ଅଧିକାଂଶ ଭିଡ଼ିଓ ପ୍ରେରଣାଦାୟୀ, ମନୋରଞ୍ଜନ ଭିତ୍ତିକ ଓ ବିଭ୍ରାନ୍ତିକର ହୋଇଥିବାବେଳେ ଅନେକ ଅଶ୍ଳୀଳ ଏବଂ ଅଜବ ଗଜବ ଭିଡିଓ ସାମିଲ ରହିଛି । ସୋସିଆଲ ମିଡିଆ ୟୁଜରମାନେ ଏଭଳି ଭିଡିଓର ମଜା ଉଠାଇଥାନ୍ତି । ନିକଟରେ ଟ୍ରେନରୁ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । ଏପରି ଭିଡିଓ ଦେଖି ଅନେକ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭାରତରେ ଅଧିକାଂଶ ବ୍ୟକ୍ତି ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ଟ୍ରେନର ଛୁକ୍ ଛୁକ୍ ଶବ୍ଦ ସହ ଚା’..ଚା’ ଓ ଚଣା ଚଣାର ଡାକ ମଧ୍ୟ ଶୁଣିଥିବେ । ଟ୍ରେନରେ ଯାତ୍ରୀମାନଙ୍କ ଟାଇମପାସ୍ ପାଇଁ କିଛି ବେପାରି
ଚଣା, ଝାଲମୁଢ଼ି, ଚିପ୍ସ, ସ୍ନାକ୍ସ ଇତ୍ୟାଦି ବିକ୍ରି କରିଥାନ୍ତି । ଏଥିରୁ ସେମାନେ ୨ ପଇସା ରୋଜଗାର ମଧ୍ୟ କରିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି ଝାଲମୁଢ଼ି ଦେଖି ପାଟିରୁ ଲାଳ ବୋହୁଥିବା କିପରି ପ୍ରସ୍ତୁତ କରାଯାଇଥାଏ । @Tiwari_Saab ନାମକ ଜଣେ ୟୁଜର ‘ଏକ୍ସ’ରେ ୧୮ ସେକେଣ୍ଡର ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଦର୍ଶାଯାଇଛି କିପରି ଜଣେ ଚଣା, ଝାଲମୁଢ଼ି ବେପାରି ଟ୍ରେନ୍ ଭିତରେ ଥିବା ଶୌଚାଳୟ ନିକଟରେ ଚଟାଣରେ ଏକ ପ୍ଲାଷ୍ଟିକ ବିଛାଇ ସେଥିରେ କିଛି ଗୋଟିଏ କାଟୁଛନ୍ତି । ଏତେ ଅପରିଷ୍କାର ଅବସ୍ଥାରେ ସେ କିପରି ଏମିିତି କରିପାରୁଛନ୍ତି । ଦୁଇଟି ଟ୍ରେନ୍ କୋଚ୍ ମଝିରେ ଥିବା ସ୍ଥାନରେ ବସି ସେ ଏପରି କରୁଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ସେ କିପରି ଖେଳିପାରୁଛନ୍ତି ? ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ।

ତେଣୁ ଯାତ୍ରୀଙ୍କୁ ଅନୁରୋଧ କି ସେମାନେ ଟ୍ରେନରେ କିଛି ବି ଖାଇବା ପୂର୍ବରୁ ଏହାର ସୁରକ୍ଷା ସଠିକ୍ ଭାବରେ ଯାଞ୍ଚ୍ କରନ୍ତୁ । ନଚେତ ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡ଼ିପାରେ । ଏନେଇ ଲୋକଙ୍କୁ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୨୯ ହଜାରରୁ ଅଧିକ ବ୍ୟକ୍ତି ଦେଖିସାରିଛନ୍ତି ।