ପରୀକ୍ଷା ତାରିଖ ଘୋଷଣା କଲା CBSE: ୧ ଜାନୁଆରୀରୁ ପ୍ରାକ୍ଟିକାଲ, ଜାଣନ୍ତୁ କେବେ ହେବ ଥିଓରୀ ?

ନୂଆଦିଲ୍ଲୀ : ସିବିଏସଇ ବୋର୍ଡ ପକ୍ଷରୁ ପ୍ରାକ୍ଟିକାଲ ଏବଂ ଥିଓରୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ୧ ଜାନୁୟାରୀ ୨୦୨୪ ରୁ ଆରମ୍ଭ ହୋଇଥିବାବେଳେ ଥିଓରୀ ପରୀକ୍ଷା ୧୫ ଫେବୃଆରୀ ୨୦୨୪ ରୁ କରାଯିବ ।

ତେବେ ପରୀକ୍ଷା କେତେଦିନ ପର୍ଯ୍ୟନ୍ତ ହେବ ଏବଂ କେଉଁ ଦିନ କେଉଁ ବିଷୟ ପାଇଁ ପରୀକ୍ଷା କରାଯିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ । ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ତାରିଖସିଟ୍ ରିଲିଜ୍ ହେବାର ଅପେକ୍ଷା କରିବାକୁ ପଡିବ । ବର୍ତ୍ତମାନ ପ୍ରକାଶିତ ତାରିଖ ଅନୁଯାୟୀ, ଆପଣ ନିଜ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିପାରିବେ ।

ତେବେ ଶୀତକାଳୀନ ବିଦ୍ୟାଳୟଗୁଡ଼ିକ ପାଇଁ ସିବିଏସଇ ପ୍ରାକ୍ଟିକାଲ ପରୀକ୍ଷା ୫ ନଭେମ୍ବରରୁ ୫ ଡିସେମ୍ବର ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ । ଏହି ସୂଚନା ବୋର୍ଡ ଦ୍ୱାରା ପୂର୍ବରୁ ଦିଆଯାଇଥିଲା । ଏହା ପରେ ବର୍ତ୍ତମାନ ବୋର୍ଡ ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଘୋଷଣା କରିଛି ।

ପୂର୍ବ ବର୍ଷଗୁଡିକର ପାଟର୍ନକୁ ଆଧାର କରି ଆଶା କରାଯାଏ ଯେ ସିବିଏସଇ ବୋର୍ଡରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ତାରିଖ ତାରିଖ ଡିସେମ୍ବରରେ ପ୍ରକାଶ ପାଇବ । ବାସ୍ତବରେ ୨୦୨୩ ଏବଂ ୨୦୨୨ ପାଇଁ ଡିସେମ୍ବରରେ ପରୀକ୍ଷା ସମୟ ସାରଣୀ ପ୍ରକାଶ ପାଇଥିଲା । ତେଣୁ ଯଦି ବୋର୍ଡ ଏହି ପାଟର୍ନକୁ ଅନୁସରଣ କରେ ତେବେ ଟାଇମଟେବୁଲ ଏହି ମାସରେ ପ୍ରକାଶ ପାଇବ ।