ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିବ ପକ୍କା ଘର, ୭ ଦିନ ଭିତରେ ହେବ କ୍ଷୟକ୍ଷତି ଆକଳନ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ କ୍ଷୟକ୍ଷତି ଘଟିଛି । ଏହି ବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କ ପାଇଁ ପକ୍କା ଘରର ବ୍ୟବସ୍ଥା କରାଯିବ । ବାତ୍ୟ ପରିବର୍ତ୍ତୀ କ୍ଷୟକ୍ଷତି ଆକଳନ କରି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି ବିପର୍ୟୟ ପରିଚାଳନା ମନ୍ତ୍ରୀ ଭାବେ ମୋ ଦାୟିତ୍ୱ । ଏହା ମୋ ପାଇଁ ଏକ ନିଆରା ଅନୁଭୂତି । ଓଡ଼ିଶାବାସୀଙ୍କ ବିଜୟ ହେଲା । ବିରୋଧୀ ଦଳ ଭାବରେ ଓଡ଼ିଶା ପୋଲିସର ଚେହେରା ଦେଖିଥିଲି ଏବେ ପୋଲିସ ପ୍ରତି ସମ୍ବେଦନଶୀଳ ଆସିଲା ଗୋଟେ ମଣିଷ ପ୍ରେମୀ ଚେହେରା ଦେଖିଲି । ରାସ୍ତା ସଫା ସରିଲାଣି । ଚାରି ଘଣ୍ଟା ଭିତରେ ରାସ୍ତା ସଫା ସରିଲାଣି । ଟେଲିକମର କୌଣସି ଅଭିଯୋଗ ଆସିନାହିଁ । କିଛି ସ୍ଥାନରେ ତାର ଛିଣ୍ଡିବା ଯୋଗୁଁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଖୁବ ଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ । ଏବେ ମଧ୍ୟ ଖାଲୁଆ ଜାଗାରେ ପାଣି କାଟିନି, ଯେଉଁମାନେ ରିଲିଫ ସେଣ୍ଟର ରେ ରହିବା ପାଇଁ ଚାହିଁବେ ରହିପାରିବେ । ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ । ଯେଉଁମାନେ ଘରକୁ ଯିବେ ରିଲିଫ ସେଣ୍ଟରରେ ଜଣାଇ ଯାଇପାରିବେ । ଏହା ବାଦ୍ ଆଶା ଦିଦି ଶ୍ରାବଣୀର କାର୍ୟ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଜସ୍ୱ ମନ୍ତ୍ରୀ । ଗୋ ସମ୍ପଦକୁ ସୁରକ୍ଷା କରିବାରେ ଓଡ଼ିଶା ସରକାର ରେକର୍ଡ କଲେ । ଗଣ ମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ବିଶେଷ ପ୍ରଭାବିତ ଭଦ୍ରକ ଓ କେନ୍ଦ୍ରାପଡ଼ାର ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯିବ । ଫିଲଡ଼ ଷ୍ଟାଫ କ୍ଷୟ କ୍ଷତି ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ ।