fbpx

ବୁର୍ଲା ଓ ଚିପିଲିମାରେ ୧୪୪ ଧାରା ଲାଗୁ

ସମ୍ବଲପୁର,୪ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ସଂକ୍ରମଣକୁ ରୋବିକା ପାଇଁ ଯେତେ ବି ପଦକ୍ଷେପ ନିଆଗଲେ ଲୋକମାନେ ତାକୁ ଫୁ କରି ଉଡାଇ ଦେଉଛନ୍ତି । ଏହାରି ମଧ୍ୟରେ ସମ୍ବଲପୁରର ବୁର୍ଲା ଓ ଚିପିଲିମାରର କିଛି ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ଏହି ଅଞ୍ଚଳରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଆସନ୍ତାକାଲି ଦିନକ ପାଇଁ ସଟଡାଉନ୍ ରହିବ ସମ୍ପୂର୍ଣ୍ଣ ସମ୍ବଲପୁର ଜିଲ୍ଲା ।

Get real time updates directly on you device, subscribe now.