ଓଡ଼ିଶା ଭାସ୍କର: ପ୍ରାୟତଃ ବିବାହ ଉତ୍ସବ କିମ୍ବା ବରଯାତ୍ରୀ ସମୟରେ ଲୋକମାନେ ନାଚଗୀତ କରି ଖୁସି ମନାଇଥାନ୍ତି । ଡିଜେର ତାଳେ ତାଳେ ଝୁମି ଥାନ୍ତି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଠୁମକା ଲଗାଇଥାନ୍ତି । ନିକଟରେ ସୋସିଆଲ ମିଡଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ ।
ଆଜିକାଲି ଅଧିକାଂଶ ପାର୍ଟି ଫଙ୍କସନରେ ମଦ ନହେଲେ ଯେମିତି କିଛି ଅଧୁରା ଲାଗେ । ତେଣୁ ଉତ୍ସବର ଖୁସିକୁ ପାଳନ କରିବା ପାଇଁ ବ୍ୟକ୍ତି ଜଣଙ୍କ ଫର୍ମାଲିଟି ସ୍ୱରୂପ ଅଳ୍ପ ଟିକିଏ ମଦ୍ୟପାନ କରିଥାଏ । କିନ୍ତୁ ଅତ୍ୟଧିକ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । @ghantaa ନାମକ ଜଣେ ୟୁଜର ଏକ ମଜାଦାର ଭିଡିଓ ଶେୟାରେ କରିଛନ୍ତି । ଏହି ଭିଡିଓରେ ବ୍ୟକ୍ଗ୍ରାଉଣ୍ଡରେ କିଛି ବ୍ୟକ୍ତି ଡିଜେର ତାଳେ ତାଳେ ନାଚୁଥିବାର ଦର୍ଶାଯାଇଛି । ଏଥିମଧ୍ୟରେ ଜଣେ ବୟସ୍କ ବୃଦ୍ଧ ଲୁଚି ଲୁଚି କିଛି ପିଉଥିବାର ଦେଖାଯାଉଛି । ଏହା ପରେ ସେହି ବୋତଲକୁ ନିଜ ପ୍ୟାଣ୍ଟ ପକେଟରେ ରଖିଦେଉଛନ୍ତି । ସେ ଆଉ କିଛି ନୁହେଁ ବରଂ ମଦ ପିଇଥିଲେ । ଏହା ଯେମିତି ତାଙ୍କ ଭିତରେ ଏକ ଯୋଶ ଭରିଦେଇଥିଲା । ଏହା ପରେ ସେ ଅନ୍ୟ ଲୋକଙ୍କ ସହ ମିଶି ଡିଜେର ତାଳରେ ଝୁମୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଦେଖ ଆନେକ ୟୁଜର କମେଣ୍ଟ କରିଛନ୍ତି । ଜଣେ ଲେଖିଛନ୍ତି ମଉସାଙ୍କ ବ୍ୟାଟେରୀ ଚାର୍ଜ ହୋଇଗଲା । ଆଉ ଜଣେ ଲେଖିଛନ୍ତି ମଦ ନୁହେଁ ଏନର୍ଜି ଡ୍ରିଙ୍କ । ଅନ୍ୟ ଜଣେ ଲେଖିଛନ୍ତି ଏହା ମଉସାଙ୍କ ପ୍ରି ୱାର୍କ ଆଉଟ୍ ଥିଲା ।
View this post on Instagram