ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଦେଇଥିଲେ ବଡ଼ ଉପହାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବଢ଼ିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଡିଏ ବୃଦ୍ଧି ପ୍ରସ୍ତାବ ଉପରେ ମୋହର ମାରିଥିଲା । କେନ୍ଦ୍ର ସରକାରଙ୍କ ଉକ୍ତ ଘୋଷଣା ଫଳରେ କର୍ମଚାରୀଙ୍କ କର୍ମଚାରୀଙ୍କ ମୋଟ ଡିଏ ୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତରେ ପହଞ୍ଚି ଯାଇଥିଲା । ସେହିପରି ଗତ ୨୧ ତାରିଖରେ ଓଡ଼ିଶା ସରକାର କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ଫଳରେ ରାଜ୍ୟର ସରକାର କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତରେ ପହଞ୍ଚି ଯାଇଥିଲା ।
ତେବେ ଏହା ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ପୁଣି ଏକ ବଡ଼ ଖୁସି ଖବର । ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିଛି ପୂଜା ଉପହାର । ସରକାରୀ କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି ହୋଇଛି । ଆସାମ ସରକାର ନେଇଛନ୍ତି ଏଭଳି ଏକ ବଡ଼ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କରିଛନ୍ତି ଏକ ବଡ଼ ଘୋଷଣା । ରାଜ୍ୟର ସରକାରୀ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହା ଫଳରେ ଏବେ ରାଜ୍ୟର କର୍ମଚାରୀଙ୍କ ଡିଏ ୫୩ ପ୍ରତିଶତରେ ପହଞ୍ଚି ଯାଇଛି । କର୍ମଚାରୀଙ୍କୁ ଡିସେମ୍ବର ମାସ ଠାରୁ ସଂଶୋଧିତ ଡିଏ ସହିତ ବେତନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।