ନୂଆଦିଲ୍ଲୀ: ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧନତେରାସ ଉପଲକ୍ଷେ 51ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୋଦୀ । ମନୋନିତ ହୋଉଥିବା ନବନିଯୁକ୍ତଙ୍କୁ ଭିଡିଓ କନଫରେନ୍ସି ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ନୂତନ ଭାବେ ନିଯୁକ୍ତ ପ୍ରାର୍ଥୀମାନେ ବର୍ତ୍ତମାନ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ କାର୍ଯ୍ୟ କରିବେ ।
ଦେଶରେ 40ରୁ ଅଧିକ ସ୍ଥାନରେ ନିଯୁକ୍ତି ମେଳା ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସି ଦ୍ବାରା ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ନିଯୁକ୍ତି ମେଳାକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଆଜି ଧନତେରସ । ଏଥର ଦୀପାବଳିର ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର କାରଣ 500 ବର୍ଷ ପରେ ଭଗବାନ ଶ୍ରୀରାମ ଅଯୋଧ୍ୟାରେ ବିରାଜମାନ କରିଛନ୍ତି । ନିଜ ମନ୍ଦିରରେ ବସିବା ପରେ ତାଙ୍କର ପ୍ରଥମ ଦୀପାବଳି ସ୍ବତନ୍ତ୍ର ଅଟେ । କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳା ପଦକ୍ଷେପ ସମୟରେ, 2 ବର୍ଷ ଯାତ୍ରା ସମୟରେ ଲକ୍ଷ ଲକ୍ଷ ପ୍ରାର୍ଥୀଙ୍କୁ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟରେ ଚାକିରି ଦିଆଯାଇଛି ।” 2022 ମସିହା ଅକ୍ଟୋବର 22 ତାରିଖରୁ ରୋଜଗାର ମେଳା କାର୍ଯ୍ୟକ୍ରମ ଜାରି ରହିଛି । ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ କହିଛନ୍ତି, ଗୋଟିଏ ବଟନ ଚିପି 51 ହଜାରରୁ ଅଧିକ ବ୍ୟକ୍ତିଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଉଛି । ଧନତେରାସକୁ ସ୍ବତନ୍ତ୍ର କରିଛି ରୋଜଗାର ମେଳା । ଭୁବନେଶ୍ବରରେ ଆୟୋଜିତ ରୋଜଗାର ମେଳାରେ ଅତିଥି ଭାବେ ଯୋଗ ଦେଇଥିଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ।