ଭୁବନେଶ୍ବରରେ ଚାଞ୍ଚଲ୍ୟ, ହୋଟେଲ ଭିତରେ ଗୋଡାଇ ଗୋଡାଇ ପନିକିରେ ହାଣି ହତ୍ୟା

ଭୁବନେଶ୍ବର:  ରାଜଧାନୀରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ । ହୋଟେଲ ଭିତରେ ଗୋଡାଇ ଗୋଡାଇ ପନିକିରେ ହାଣି ହତ୍ୟା କଲା ଦୁର୍ବୃତ୍ତ ।  ଡମଣା ଛକ ସ୍ଥିତ ଏକ ହୋଟେଲରେ ହତ୍ୟାକାଣ୍ଡ ହୋଇଛି । ଜଣେ କର୍ମଚାରୀ ଅନ୍ୟ ଜଣଙ୍କୁ ପନିକିରେ ହାଣି ହତ୍ୟା କରିଥିବା ଜଣାପଡିଛି । ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହ ଲୁଚାଉଥିବା ବେଳେ ଅନ୍ୟ କର୍ମଚାରୀମାନେ ଦେଖିଥିଲେ । ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାର ତଦନ୍ତ ଆମ୍ଭ କରିଛି । ତେବେ ମୃତ ଯୁବକଙ୍କ ବୟସ 45 ବର୍ଷ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିବା ଜଣାପଡିଛି । ତେବେ କେଉଁ କାରଣ ପାଇଁ ଶତ୍ରୁତା ଉଗ୍ରରୂପ ନେଇ ହତ୍ୟାକାଣ୍ଡ ଯାଏଁ ପହଞ୍ଚିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।