ନୂଆଦିଲ୍ଲୀ: ମା’ ହେବା ମହିଳାମାନଙ୍କର ଏକ ସୌଭାଗ୍ୟ ଅଟେ । ଛୁଆ ଜନ୍ମ ହେବା ପରେ ହିଁ ମହିଳାମାନେ ପୂର୍ଣ୍ଣାଙ୍ଗ ବୋଲି ଅନୁଭବ କରିଥାନ୍ତି । କିନ୍ତୁ ଶରୀରରେ କିଛି ସମସ୍ୟା କାରଣରୁ ମହିଳାମାନେ ଛୁଆ ଜନ୍ମ କରିବାରୁ ବଞ୍ଚିତ ରହିଥାନ୍ତି । ବିଶେଷକରି ବର୍ତ୍ତମାନ ସମୟରେ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଅଧିକରୁ ଅଧିକ ମହିଳା ଗର୍ଭଧାରଣରୁ ବଞ୍ଚିତ ହୋଇଥାନ୍ତି ।
ତେବେ ଛୁଆ ନହେବା କାରଣରୁ ଅନେକ ମହିଳା ଡିପ୍ରେସନକୁ ଚାଲିଯାଇଥାନ୍ତି । ଛୁଆ ପାଇଁ କେତେଜଣ ଡାକ୍ତରଙ୍କ ପାକୁ ଦୌଡୁଥିବା ବେଳେ ଆଉ କିଛି ଜଣ ଭଗବାନଙ୍କ ସାହାରା ନେଇଥାନ୍ତି । ଏହାରି ଭିତରେ ଚୀନର ୟୁନାନ ପ୍ରଦେଶରୁ ଏଭଳି ଏକ ଖବର ଆସିଛି, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେଠାର ଏକ କୂଅ ରହିଛି ଯାହାର ପାଣି ପିଇଲେ ମହିଳାମାନେ ଗର୍ଭବତୀ ହୁଅନ୍ତି ବୋଲି କୁହାଯାଇଛି । ତେବେ ଏହାକୁ ପ୍ରେଗନେନ୍ସି ଓ୍ବେଲ ମଧ୍ୟ କୁହାଯାଇଥାଏ । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଏହି କୂଅର ପାଣି ମହିଳା ପିଇବା ମାତ୍ରେ ଗର୍ଭବତୀ ହୋଇଖାନ୍ତି ।
ଚାଇନାର ଏହି ପ୍ରେଗନେଣ୍ଟ କରିବା କୂଅ ଦିନକୁ ଦିନ ପ୍ରସିଦ୍ଧ ହେବାରେ ଲାଗିଛି । ସେଠାରେ ଦୁଇଟି କୂଅ ରହିଛି । ଗୋଟିଏ କୂଅର ପାଣି ପିଇଲେ ପୁଅ ହେଉଥିବା ବେଳେ ଅନ୍ୟ କୂଅର ପାଣି ପିଇଲେ ଝିଅ ହୋଇଥାଏ । ଯଦି ଏକା ସଙ୍ଗେ ଦୁଇଟି କୂଅର ପାଣି ପିଅନ୍ତି, ତେବେ ଯାଆଁଳା ଛୁଆ ହୋଇଥାଏ । ତେବେ ଅନେକ ଦେଶର ମହିଳା ମାଆ ହେବାର ସୌଭାଗ୍ୟ ପାଇବା ପାଇଁ ଏଠାକୁ ଆସିଥାନ୍ତି ।
ତେବେ ଏକ ମିଡିଆ ରିପୋର୍ଟ ଅନୁସାରେ, ଏହି କୂଅରେ ଏଭଳି ତତ୍ତ୍ବ ରହିଛି, ଯାହାକି ମହିଳାଙ୍କ ଶରୀରର ହରମୋନକୁ ରେଗୁଲେଟ କରିଥାଏ । ଗର୍ଭବତୀ ହେବା ପାଇଁ ମହିଳାଙ୍କ ଶରୀରର ହରମୋନ ଲେଗୁଲେଟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯଦି ଜଣେ ମହିଳା ବିନା ଷ୍ଟ୍ରେସରେ ଖୁସିରେ ରହୁଛନ୍ତି, ତାହେଲେ ସେମାନଙ୍କ କ୍ଷେତ୍ରରେ ଗର୍ଭବତୀ ହେବାର ସମ୍ଭାବନା ଅଧିକ ରହିଥାଏ ।
View this post on Instagram