ଭୁବନେଶ୍ବର: ସ୍କ୍ରବ ଟାଇଫସକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ପରେ ପୁଣି ଏକ ମୁଣ୍ଡ ନେଇଛି ସ୍କ୍ରବ ଟାଇଫସ୍ । ଏଥିରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବୁର୍ଲାର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଆଙ୍ଖିଦାଦର ଗାଁର ହୋଇଥିବା ବେଳେ 11 ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପ୍ରକାଶଥାଉକି, ପୂର୍ବରୁ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଯଦି ଦେଖିବା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ରୋଗ ରୋଗ ଓରିଏଂଟିଆ ସୁଟସୁଗାମୁଶୀ ନାମକ ଏକ ବ୍ୟାକଟେରିଆ ଦ୍ୱାରା ସୃଷ୍ଟି ହୁଏ । ସଂକ୍ରମିତ ଚିଗର ( ଏକ ପ୍ରକାର ପୋକ ) କାମୁଡା ଦ୍ୱାରା ସ୍କ୍ରବ୍ ଟାଇଫୁସ୍ ରୋଗ ହୁଏ । ଏହି ରୋଗ ବିଶେଷ କରି ଦକ୍ଷିଣ ପୂର୍ବ ଏସିଆ, ଇଣ୍ଡୋନେସିଆ, ଚୀନ୍, ଜାପାନ, ଭାରତରେ ଦେଖାଯାଇଥାଏ । ସଂକ୍ରମିତ କୀଟପତଙ୍ଗ କାମୁଡ଼ିବା ଦ୍ୱାରା ଏହା ହୋଇଥାଏ । ଏହି ସଂକ୍ରମିତ କୀଟ ମଣିଷକୁ କାମୁଡ଼େ ସେତେବେଳେ ସ୍କ୍ରବ୍ ଟାଇଫସ୍ ହୋଇଥାଏ । ଏହି କୀଟ ସାଧାରଣତଃ ଘାସ, ଜଙ୍ଗଲ ଜାଗାରେ ଦେଖାଯାଇଥାଏ । ଏହି ରୋଗ ହେବା ଦ୍ବାରା ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଦାଗ ଏବଂ କାମୁଡିଥିବା ସ୍ଥାନରେ ଫୁଲା ଦେଖାଯାଇଥାଏ ।