ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର, ବିଶିଷ୍ଟ ଫେସନ ଡିଜାଇନର ରୋହିତ ବଳ ଆଉ ନାହାନ୍ତି । ଗତ ବର୍ଷ ଠାରୁ ହୃଦ ସହ ସମ୍ବନ୍ଧିତ ବୀମାରୀରେ ସଂକ୍ରମିତ ଥିବା ରୋହିତଙ୍କ ପରଲୋକ ଘଟିଛି । ଦୁଇ ସପ୍ତାହ ପୂର୍ବରୁ ରୋହିତ ‘କମବ୍ୟାକ ଶୋ’ କରିଥିବା ବେଳେ ଏବେ ଆରପାରିକୁ ଚାଲିଯାଇଛନ୍ତି । ଏହି ଖବର ତାଙ୍କର ଅଗଣିତ ପ୍ରଶଂସକ, ବନ୍ଧୁ ପରିଜନଙ୍କ ମଧ୍ୟରେ ଗଭୀର ଶୋକର ଲହରୀ ଖେଳାଇ ଦେଇଛି । ସୋସିଆଲ ମିଡ଼ିଆରେ ବହୁ ସେଲିବ୍ରେଟି ଓ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ବୀମାରୀ କାରଣରୁ ରୋହିତ କିଛି ଦିନ ପାଇଁ ଫ୍ୟାସନ ୱାର୍ଲ୍ଡରୁ ଦୂରେଇ ଯାଇଥିଲେ । ଗତ ବର୍ଷ ସେ କମବ୍ୟାକ କରିଥିଲେ । ଲ୍ୟାକ୍ସମେ ଇଣ୍ଡିଆ ଫ୍ୟାସନ ୱିକ ରୋହିତଙ୍କର ଅନ୍ତିମ ଶୋ’ ଥିଲା । ସେଠାରେ ସେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପାଇଁ ଶୋ’ ଷ୍ଟପର ହୋଇଥିଲେ । ର୍ୟାମ୍ପରେ ରୋହିତ କିଛି ଅଲଗା ଜଣାପଡ଼ୁଥିଲେ । ତାହାକୁ ଦେଖି ଫ୍ୟାନ୍ସ ଚିନ୍ତିତ ହୋଇପଡ଼ିଥିଲେ । ୧୯୬୧ ମସିହା ମେ ୮ ତାରିଖରେ ରୋହିତ କଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରୀନଗରରେ ପାଠ ପଢ଼ିଥିଲେ । ପରେ ତାଙ୍କର ପରିବାର ଦିଲ୍ଲୀକୁ ଶିଫ୍ଟି ହୋଇଥିଲା । ଫ୍ୟାସନ ଇଣ୍ଡଷ୍ଟ୍ରିରେ ରୋହିତ ଜଣେ ଜଣାଶୁଣା ଚେହେରା ଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁଯ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜିରୁ ସେ ଫ୍ୟାସନରେ କୋର୍ସ କରିଥିଲେ ।