ଦେଶର ପ୍ରଥମ ‘Analog Space Mission’ ଆରମ୍ଭ ହେଲା: ଅନ୍ୟ ଗ୍ରହରେ ଭାରତୀୟ ମହାକାଶଚାରୀ କିପରି ରହିବେ, ତାହା ମିଶନର ମୁଖ୍ୟ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଦେଶର ପ୍ରଥମ ‘ଆନାଲଗ୍ ସ୍ପେସ୍ ମିଶନ’ ଆରମ୍ଭ ହୋଇଛି । ଗଗନଯାନ ମିଶନରେ ନିୟୋଜିତ ହୋଇଥିବା ସାଇଣ୍ଟିଷ୍ଟଙ୍କ ଠାରୁ ଆରମ୍ଭ କରି ୟୁନିଭରସିଟିର ଏକାଡେମିକ, ଆଇଆଇଟିର ଇଞ୍ଜିନିୟର ସାମିଲ ହୋଇଛନ୍ତି । ଏହି ମିଶନ ପୃଥିବୀ ବାହାର ଭାରତୀୟ ଆଷ୍ଟ୍ରୋନଟସ ସର୍ଭାଇଭଲକୁ ନେଇ ଆରମ୍ଭ ହୋଇଛି । ଅନେକ ସଂସ୍ଥାଙ୍କୁ ନେଇ ମିଳିତ ଭାବେ ଏହି ମିଶନ ଆରମ୍ଭ କରାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରା) ବ୍ୟତୀତ ଅନେକ ସଂସ୍ଥା ଏଥିରେ ସାମିଲ ରହିଛନ୍ତି ।

ଗଗନଯାନ ପ୍ରୋଜେକ୍ଟ ଚଳାଇଥିବା ହ୍ୟୁମାନ ସ୍ପେସ ଫ୍ଲାଇଟ ସେଣ୍ଟର, ଏଏକେଏ ସ୍ପେସ ଷ୍ଟୁଡିଓ, ଲଦ୍ଦାଖ ୟୁନିଭରସିଟି, ଆଇଆଇଟି ବମ୍ବେ ଓ ଲଦ୍ଦାଖ ଅଟୋନମସ ହିଲ ଡେଭଲପମେଣ୍ଟ କାଉନସିଲ ମଧ୍ୟ ଏହି ପ୍ରୋଜେକ୍ଟରେ ସାମିଲ ରହିଛନ୍ତି । ଅନ୍ୟ ଗ୍ରହରେ ଭାରତୀୟ ମହାକାଶକାରୀ କିପରି ରହିବେ ତାହା ହେଉଛି ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ । କେଉଁପରି ଭାବେ ସେଠାରେ କଲୋନୀ ନିର୍ମାଣ କରାଯିବ, ସଭାଇଭ କିପରି କରିବେ, ସେଠାରେ କ’ଣ ସବୁ ଚ୍ୟାଲେଞ୍ଜ ରହିବ, ଧରିତ୍ରୀ ଠାରୁ ଦୂରରେ ଥିବା ଗ୍ରହରରେ ମାନବର ବେସ୍ କିପରି ରହିବ ତା’ ଉପରେ ଏହି ଏହି ମିଶନ କାର୍ଯ୍ୟ କରିବ ।

ଏହି ମିଶନରେ ଇସ୍ରୋ ବ୍ୟତୀତ ଅନେକ ସରକାରୀ ସଂସ୍ଥା, ୟୁନିଭରସିଟି ଓ ରିସର୍ଚ୍ଚ ଲ୍ୟାବଙ୍କ ସମେତ ଅନେକ ବୈଜ୍ଞାନିକ ସାମିଲ ହେବେ । ବିପରୀତ ମୌସୁମୀ ସ୍ଥିତିରେ ମହାକାଶଚାରୀମାନେ କିପରି ସର୍ଭାଇଭ କରିପାରିବେ ତା’ ଉପରେ ରିସର୍ଚ୍ଚ କରିବ ଏହି ମିଶନ । ନୂଆ ଟେକନିକ, ରୋବୋଟିକ ଯନ୍ତ୍ର, ରୋବୋଟିକ ଯାନ, ହେବିୱେଟ, କମ୍ୟୁନିକେସନ, ପାୱର ଜେନେରେସନ, ମୋବିଲିଟି, ଇନଫ୍ରାଷ୍ଟକଚର ଓ ଷ୍ଟୋରେଜର ଟେଷ୍ଟିଂ ହେବ । ବିପରୀତ ପରିସ୍ଥିତିରେ, ବିପଜ୍ଜନକ ମୌସୁମୀରେ, ଅନ୍ୟ ଗ୍ରହରେ ମଣିଷର ବ୍ୟବହାର କେମିତି ପରିବର୍ତ୍ତନ ହେବ ତାହା ଏହି ମିଶନ ଅନୁଧ୍ୟାନ କରିବ ।