ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବଲାଙ୍ଗୀର ଗସ୍ତ ରହିଛି । ତେବେ ଏହି ଗସ୍ତ ସମୟରେ ବଲାଙ୍ଗୀର ଜିଲ୍ଲାବାସୀଙ୍କୁ ଅନେକ ପ୍ରକଳ୍ପ ଭେଟି ଦେବେ । ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସହିତ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । 301 କୋଟି ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ସହିତ 172 କୋଟି ପାନୀୟ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହାସହିତ ତୁଷୁରା ଉଡାଜାହାଜ ପଡିଆକୁ 2B ବର୍ଗରେ ସାମିଲ କରିବେ । ଅନ୍ୟପଟେ 118 କୋଟିର ବାଇପାସ ରୋଡର ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ବଲାଙ୍ଗୀରବାସୀଙ୍କୁ ଆଜି ଅନେକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ ।
ସର୍କିଟ ହାଉସର ନୂତନ କୋଠାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ 35 ପ୍ଲାଟୁନ ପୋଲିସ ମୁତୟନ ରହିବେ । ସର୍କିଟ ହାଉସର ନୂତନ କୋଠା ଉଦଘାଟନ କରିବେ CMଙ୍କ ସୁରକ୍ଷାରେ ୩୫ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପାଟଣାଗଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ବେଲପଡା ଠାରେ ଅସ୍ଥାୟୀ ହେଲିପ୍ୟାଡ କରାଯାଇଛି । 50ଟି ପ୍ରକଳ୍ପ ପାଇଁ ଆନୁମାନିକ 800 କୋଟିର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।