ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ରିଟେନସନ ପ୍ରକ୍ରିୟା ଶେଷ ହୋଇ ସାରିଛି । ବର୍ତ୍ତମାନ ଖେଳାଳିଙ୍କ ନିଲାମ ପାଇଁ ମେଗା ଅକ୍ସନକୁ ଅପେକ୍ଷା ରହିଛି । ଋଷଭ ପନ୍ତ, କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ସହ ଅନେକ ବଡ଼ ବଡ଼ ଖେଳାଳି ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଯାଉଛନ୍ତି । ମେଗା ଅକ୍ସନ ପୂର୍ବରୁ ୪୬ ଜଣ ଖେଳାଳିଙ୍କୁ ରିଟେନ୍ କରିଛନ୍ତି ଟୁର୍ଣ୍ଣାମେଣ୍ଟର ମୋଟ ୧୦ଟି ଫ୍ରାଞ୍ଚାଇଜି । ଏହାପରେ ଅକ୍ସନରେ ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରାଯିବ । ତେବେ ଏହି ମେଗା ଅକ୍ସନକୁ ନେଇ ଏବେ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ନଭେମ୍ବର ଶେଷ ଆଡ଼କୁ ମେଗା ଅକ୍ସନ ଅନୁଷ୍ଠିତ ହେବା ନେଇ ଆଶା କରାଯାଉଛି ।
ରିପୋର୍ଟ ଅନୁସାରେ, ଆଇପିଏଲ-୨୦୨୫ ପାଇଁ ରିୟାଦରେ ଅନୁଷ୍ଠିତ ହୋଇପାରେ ମେଗା ଅକ୍ସନ । ଆସନ୍ତା ୨୪ ଏବଂ ୨୫ ତାରିଖରେ ଏହି ମେଗା ଅକ୍ସନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତେବେ ଆଇପିଏଲ-୨୦୨୫ ନିଲାମୀ ପ୍ରକ୍ରିୟା ପାଇଁ ପଞ୍ଜାବ କିଙ୍ଗସ ନିକଟରେ ରହିଛି ସର୍ବାଧିକ ପର୍ସ ମନି ୧୧୦ କୋଟି । ପଞ୍ଜାବ ଆସନ୍ତା ସିଜନ ପାଇଁ ମାତ୍ର ୨ ଜଣ ଅନକ୍ୟାପ୍ଡ ଖେଳାଳି ପ୍ରଭସିମ୍ରନ ସିଂହ ଏବଂ ଶଶାଙ୍କ ସିଂହଙ୍କୁ ରିଟେନ୍ କରିଛି । ତେଣୁ ନିଲାମୀ ପକ୍ରିୟାରେ ପଞ୍ଜାବ ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଟାର୍ଗେଟ କରିପାରେ ।
ଆଇପିଏଲ-୨୦୨୫ ପାଇଁ ୫ଟି ଦଳ ନୂଆ ଅଧିନାୟକ କୋଜିଛନ୍ତି । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ, ପ୍ଜାବ କିଙ୍ଗସ, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ ଆଗାମୀ ସିଜନ ପୂର୍ବରୁ ନିଜ ଅଧିନାୟକଙ୍କୁ ରିଲିଜ କରିଛନ୍ତି । ତେଣୁ ନିଲାମୀରେ ଜଣେ ଅଧିନାୟକ ଦାୟିତ୍ୱ ତୁଲାଇ ପାରୁଥିବା ଖେଳାଳିଙ୍କ ସନ୍ଧାନରେ ରହିବେ ଏହିସବୁ ଦଳ । ଆଇପିଏଲ-୨୦୨୫ ପାଇଁ ରିଟେନ୍ ହୋଇଥିବା ଖେଳାଳିଙ୍କ ମଧ୍ୟରେ ୩୬ ଜଣ ଭାରତୀୟ ରହିଥିବା ବେଳେ ୧୦ ଜଣ ବିଦେଶୀ ଖେଳାଳି ରିଟେନ୍ ହୋଇଛନ୍ତି ।