ଭୁବନେଶ୍ୱର: ଜଷ୍ଟିସ ଅନ ଦି ଡୋର ଷ୍ଟେପ(Justice on the doorstep) କୁ ବାସ୍ତବ ରୂପ ଦେବା ପାଇଁ ଓଡ଼ିଶାର ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ । ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି ।
ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନତା କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଗ୍ରାମ୍ୟ ନ୍ୟାୟଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହା ଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇପାରିବେ । ଅଦରକାରୀ ଆଇନ ସବୁ ଡଷ୍ଟବିନକୁ ଯିବ । ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।