ବ୍ୟାଙ୍କରେ ବଢିଲା ଲୋନ୍ ରେଟ୍, MCLR ବଢାଇବା କାରଣରୁ ଅଧିକ ହେଲା EMI

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଲୋନ୍ ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏଚଡିଏଫସି ବ୍ୟାଙ୍କରୁ ଲୋନ୍ ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ ଏବଂ ଆପଣଙ୍କର ଇଏମଆଇ ମଧ୍ୟ ବଢିପାରେ । ଯଦି ଦେଖିବା ଦେଶରେ ପ୍ରାଇଭେଟ୍ ସେକ୍ଟରରେ ଏଚଡିଏଫସି ବ୍ୟାଙ୍କ ସବୁଠାରୁ ବଡ ଅଟେ । ତେବେ ଆଜି ଲୋନ ରେଟ୍ ବଢାଇଛି ବ୍ୟାଙ୍କ । ମାର୍ଜିନାଲ କଷ୍ଟ ଅଫ ଲ୍ୟାଣ୍ଡିଂ ରେଟ୍(MCLR) 0.05 ପ୍ରତିଶତ ଅର୍ଥାତ 5 ବେସିସ ପଏଣ୍ଟ ବୃଦ୍ଧି କରିଛି ।

ଗୋଟିଏ ଦିନ ପାଇଁ ଲୋନର ଏମସିଏଲଆର 9.10 ପ୍ରତିଶତ ବୃଦ୍ଧି ପାଇ 9.15 ହୋଇଛି । ଏହା ବ୍ୟତୀତ ଗୋଟିଏ ମାସର ଏମସିଏଲଆର 0.05 ପ୍ରତିଶତ ବଢି 9.20ରେ ପହଞ୍ଚିଛି । ଏହି ରେଟ୍ ଆଜିଠାରୁ ଲାଗୁ ହୋଇଛି । ଏଚଡିଏଫସି ବ୍ୟାଙ୍କର ଓ୍ବେବସାଇଟ୍ ଅନୁସାରେ, ଗୋଟିଏ ବର୍ଷର ଅବଧି ପାଇଁ ବେଞ୍ଚମାର୍କ ଏମସିଏଲଆର ରେଟକୁ 9.45 ପ୍ରତିଶତ ରଖାଯାଇଛି । ଏହାକୁ ବେସ୍ କରି କଞ୍ଜ୍ୟୁମର ଲୋନ ଭଳି କାର ଏବଂ ପର୍ସନାଲ ଲୋନ୍ ଦିଆଯାଇଥାଏ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପୂର୍ବ ମୁଦ୍ରା ନୀତି କମିଟି ବୈଠକରେ ରେପୋ ରେଟକୁ 6.5 ପ୍ରତିଶତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହା ପରେ HDFC ବ୍ୟାଙ୍କ ଏହି ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା । ପୂର୍ବରୁ ମଧ୍ୟ ଏଚଡିଏଫସି ବ୍ୟାଙ୍କ ନିଜର ଲୋନକୁ ମହଙ୍ଗା କରିଥିଲା ।