ଭୁବନେଶ୍ୱର: ଆସନ୍ତା ୧୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ବର୍ଷ ଜନଜାତି ଗୌରବ ଦିବସକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥିରେ ପାଳନ ହେବ ଗୌରବ ଦିବସ । ଏହା ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହୋଇ ଦେଶବ୍ୟାପି ଚାଲିବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।
ଏହାସହ ପେଶା ଆଇନକୁ ଖୁବ ଶୀଘ୍ର ଲାଗୁ କରାଯିବ। ଆଗାମୀ ବିଧାନସଭା ଅଧିବେଶନରେ ଏହାର ବ୍ୟବସ୍ଥା କରାଯିବ । ଓଡ଼ିଶାରେ ଯେଉଁ ୩୩ ରୁ ୩୪ ପ୍ରତିଶତ ଜନଜାତି ଲୋକ ଅଛନ୍ତି ତାଙ୍କର କିଭଳି ବିକାଶ ହେବ ତାକୁ ନେଇ ଓଡ଼ିଶା ସରକାର କାର୍ଯ୍ୟ କରୁଛନ୍ତି ।