ରାସନ କାର୍ଡରୁ ହଟିଯିବ କି ଆପଣଙ୍କ ନାଁ ? ଜାଣନ୍ତୁ କିପରି କରିବେ ଯାଞ୍ଚ

ନୂଆଦିଲ୍ଲୀ : ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି କୋଟି ଲୋକ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଆନ୍ତି। ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇ ଅଳି ଖାଇବାକୁ ପାଆନ୍ତି ନାହିଁ। ଭାରତ ସରକାର ଏଭଳି ଅଭାବୀ ଲୋକଙ୍କୁ ସାହାଯ୍ୟ କରନ୍ତି। ଭାରତ ସରକାର ଏଭଳି ଲୋକଙ୍କୁ ଖୁବ କମ ମୂଲ୍ୟରେ ରାଶନ ପ୍ରଦାନ କରୁଛନ୍ତି।

ଏଥିପାଇଁ ସରକାର ଏହି ଲୋକଙ୍କୁ ରାସନ କାର୍ଡ ମଧ୍ୟ ପ୍ରଦାନ କରୁଛନ୍ତି। ଯାହା ସାହାଯ୍ୟରେ ଲୋକମାନେ ସରକାରୀ ଯୋଜନାର ଲାଭ ପାଆନ୍ତି।

ରାସନ କାର୍ଡ ପାଇବା ପାଇଁ ସରକାର କିଛି ଯୋଗ୍ୟତା ମାନଦଣ୍ଡ ସ୍ଥିର କରିଛନ୍ତି। ଯାହା ସମସ୍ତ ଲୋକଙ୍କୁ ସଂପୂର୍ଣ୍ଣ କରିବାକୁ ପଡିବ। ଯଦି କେହି ଏହି ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି ନାହିଁ । ତେଣୁ ତାଙ୍କର ରାସନ କାର୍ଡ ହୋଇପାରେନାହିଁ। ନିୟମ ଅନୁଯାୟୀ, ଏହି ଲୋକଙ୍କ ନାମ ମଧ୍ୟ ରାସନ କାର୍ଡରୁ କଟିଯାଏ। ସରକାର ସମସ୍ତ ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ବାଧ୍ୟତାମୂଳକ କରିଛନ୍ତି। ସମସ୍ତ ରାସନ କାର୍ଡଧାରୀମାନେ ଇE-KYC କରିବା ଆବଶ୍ୟକ । ନଚେତ୍‌ କାର୍ଡଧାରୀଙ୍କ ନାମ ରାସନ କାର୍ଡରୁ କଟିଯିବ। ଏଥିପାଇଁ ସରକାର ଡିସେମ୍ବର ୩୧, ୨୦୨୪କୁ ଶେଷ ତାରିଖ ଭାବରେ ସ୍ଥିର କରିଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ ସରକାର ଏହି ସମୟସୀମାକୁ ଦୁଇଥର ବଢାଇ ସାରିଛନ୍ତି। ବର୍ତ୍ତମାନ ଯେଉଁମାନେ ୩୦ ଡିସେମ୍ବର ସୁଦ୍ଧା ସେମାନଙ୍କର KYC କରିନାହାଁନ୍ତି, ସେମାନଙ୍କ ନାମ ରାସନ କାର୍ଡରୁ ହଟାଯିବ।

ଯଦି ରାସନ୍ କାର୍ଡ ଧାରକ ଏବଂ ଏଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ନାଁ ଯଥା ପ୍ରତ୍ୟେକ ସଦସ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ E-KYC ନକରନ୍ତି, ତେବେ ସେମାନେ ମାଗଣା ଚାଉଳ କିମ୍ବା ଗହମ ପାଇବେ ନାହିଁ । ତେଣୁ ଯୋଗ୍ୟ ହିତାଧିକାରୀ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ନିଜ କାର୍ଡର EKyc କରିପାରିବେ । ଯାହା ଫଳରେ ଆଉ ରାସନ କାର୍ଡ କଟିବାର ଭୟ ରହିବ ନାହିଁ ।

ତେବେ କାହିଁକି ରାସନ କାର୍ଡରେ E-KYC ବାଧ୍ୟତାମୂଳକ? ରାସନ କାର୍ଡରେ E-KYC କରିବାର କାରଣ ହେଉଛି ଯେଉଁମାନେ ରାସନ କାର୍ଡ ସୁବିଧା ପାଇବାକୁ ଯୋଗ୍ୟ ନୁହଁନ୍ତି କିମ୍ବା ଯେଉଁମାନଙ୍କର ଏକରୁ ଅଧିକ ରାସନ କାର୍ଡ ଅଛି କିମ୍ବା ଜୀବିତ ନାହାନ୍ତି ତଥାପି କାର୍ଡରେ ନାଁ ଅଛି ସେମାନଙ୍କୁ ବାହାର କରିବା ।

ରାସନ କାର୍ଡ EKYC ସମୟରେ, ନାଁ ଯୋଡିବା କିମ୍ବା ନାଁ କାଟିବା ତଥା ସଂଶୋଧନ କରିବା ଭଳି କାର୍ଯ୍ୟ କରିହେବ । ଫଳରେ ରାସନ ମିଳିବା ସମୟରେ କୌଣସି ସମସ୍ୟା ରହିବ ନାହିଁ ।

ଯଦି ଆପଣ ମଧ୍ୟ ଆପଣଙ୍କର eKYC ର ସ୍ଥିତି ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମୋବାଇଲ ନମ୍ବର ଥିବା ଆବଶ୍ୟକ । କେବଳ ମୋବାଇଲ ନମ୍ବର ନୁହେଁ, ମୋବାଇଲ ନମ୍ବର ନିଜ ନାଁ ରେ ମଧ୍ୟ ରହିଥିବା ଆବଶ୍ୟକ । କାରଣ ପଞ୍ଜିକୃତ ମୋବାଇଲ ନମ୍ବର ବିନା E-KYC ହୋଇପାରିବ ନାହିଁ ।