କୁମ୍ଭ ରାଶିରେ ସ୍ଥିତି ପରିବର୍ତ୍ତନ କଲେ ଶନି, ଏହି ୬ଟି ରାଶିମାନଙ୍କର ବଦଳିଯିବ ଭାଗ୍ୟ

ଓଡ଼ିଶା ଭାସ୍କର: ଶନି ଯେବେ ବି ରାଶି ପରିବର୍ତ୍ତନ କରନ୍ତି ତା’ର ପ୍ରଭାବ ସାଧାରଣ ଲୋକଙ୍କ ଜୀବନଠାରୁ ନେଇ ଦେଶ-ଦୁନିଆ ଉପରେ ପଡିଥାଏ । ଶନି ୧୫ ନଭେମ୍ବର ଅର୍ଥାତ ଗତକାଲି କୁମ୍ଭ ରାଶିରେ ସ୍ଥିତି ପରିବର୍ତ୍ତନ କରିସାରିଛନ୍ତି । ଅର୍ଥାତ ଶନିଙ୍କର ସିଧା ଚାଲ ଚାଲିବ ଏବଂ ଏହି ସ୍ଥିତି ମାର୍ଚ୍ଚ ୩୦, ୨୦୨୫ ପର୍ଯ୍ୟନ୍ତ ରହିବ । ଏହା ପୂର୍ବରୁ ଶନି କୁମ୍ଭ ରାଶିରେ ଥିଲେ ହେଲେ, ବକ୍ରୀ ଅର୍ଥାତ ଓଟଲା ଚାଲ୍ ଚାଲିଥିଲା ।

ଶନିଙ୍କ ସ୍ଥିତି ପରିବର୍ତ୍ତନରେ ଏବେଠାରୁ ଶନି ଅଧିକ ଶକ୍ତିଶାଳୀ ହୋଇଯିବେ । ଏଥିରେ ରାଜନୈତିକ ଏବଂ ସାମାଜିକ ପ୍ରଭାବ ପଡିବ । ଶନି ଗଣତନ୍ତ୍ରର ସ୍ୱାମୀ ଅଟନ୍ତି । ଏଥିପାଇଁ ରାଜନୀତି ଏବଂ ଗଣତନ୍ତ୍ର ଉପରେ ଏହି ପରିବର୍ତ୍ତନର ଗଭୀର ପ୍ରଭାବ ପଡିବ । ଶନିଙ୍କର ସ୍ଥିତି ପରିବର୍ତ୍ତନ ମଧ୍ୟମ ରହିବ ଏବଂ ଅଧିକାଂଶ ଲୋକଙ୍କ କ୍ୟାରିୟରରେ ଏବଂ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେବ, ଏଥିସହ ଅଳ୍ପ ପରିସ୍ଥିତି ଖରାପ ରହିପାରେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ଉପରେ ଏହାର ଭଲ ପ୍ରଭାବ ପଡିବ ।

ମେଷ: ଏହି ରାଶିର ଲୋକମାନଙ୍କ କ୍ୟାରିୟର ଏବଂ ଧନ ମାମଲାରେ ବଡ଼ ସଫଳତା ମିଳିବ । ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ଏହି ସମୟରେ ହୋଇପାରେ ।

ବୃଷ: ଶନିଙ୍କ ସିଧା ଚାଲ୍ ରେ ବୃଷ ରାଶିର ଲୋକଙ୍କୁ ଫାଇଦା ମିଳିବ ଏବଂ ଜୀବନରେ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବାଦ-ବିବାଦ ମାମଲାରେ ଏବଂ ମକବ୍ଦମା ମାମଲାରେ ସଫଳତା ମିଳିବ ।

ମିଥୁନ: ଶନିଙ୍କ ସିଧା ଚାଲ୍ ଯୋଗୁଁ ମିଥୁନ ରାଶି ଲୋକଙ୍କର କ୍ୟାରିୟରରେ ଏବଂ ସ୍ଥାନ ପରିବର୍ତ୍ତନ ହୋଇପାରେ । କ୍ୟାରିୟରରେ ଟ୍ରାନ୍ସଫରର ସମ୍ଭାବନା ରହିଛି । ବିନା କାରଣରେ ଚିନ୍ତା ଏବଂ ସମ୍ଭାବନା ମଧ୍ୟ ହୋଇପାରେ ।

କର୍କଟ: କର୍କଟ ରାଶି ଲୋକମାନଙ୍କର କ୍ୟାରିୟର ଏବଂ ଜୀବନରେ ବଡ଼ ପରିବର୍ତ୍ତନ ହୋଇପାରେ । ବୈବାହିକ ଏବଂ ପାରିବାରିକ ଜୀବନରେ ସମସ୍ୟା ଆସିପାରେ ।

ସିଂହ: ଏହି ରାଶିମାନଙ୍କର ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଏବଂ କ୍ୟାରିୟର ମାମଲାରେ ସବଧାନ ରୁହନ୍ତୁ ।

କନ୍ୟା: ଶନିଙ୍କ ସିଧା ଚାଲରେ କନ୍ୟା ରାଶିର ଲୋକଙ୍କୁ ଫାଇଦା ମିଳିବ । ଚାକିରି ଏବଂ କ୍ୟାରିୟରର ସ୍ଥିତି ଉତ୍ତମ ହେବ । ଯାହା ମଧ୍ୟ ସମସ୍ୟା ରହିଛି ତାହା ସମାପ୍ତ ହୋଇଯିବ । ଅର୍ଥାତ ଶନିଙ୍କ ସିଧା ଚାଲ୍ କନ୍ୟା ରାଶିର ଲୋକଙ୍କ ପାଇଁ ଲାଭଦାୟକ ରହିବ ।