ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଆସିଲା ଧମକପୂର୍ଣ୍ଣ କଲ। ଏହି କଲ୍ ରିଜର୍ଭ ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ ଆସିଥିଲା। କଲ କରିଥିବା ବ୍ୟକ୍ତି କହିଛନ୍ତି ଯେ, ସେ ଲସ୍କର-ଏ-ତାଇବାର ସିଇଓ। ଏହି ରିଜର୍ଭ ବ୍ୟାଙ୍କର କଷ୍ଟମର ନମ୍ବରକୁ ଶନିବାର ସକାଳ ୧୦ଟାରେ ଆସିଥିଲା।
ଫୋନ ଲାଇନରେ ଥିବା ବ୍ୟକ୍ତି କହିଥିଲେ ଯେ, ସେ ଲସ୍କର-ଏ-ତାଇବାର ସିଇଓ ଏବଂ ଏହା କହି ଫୋନ କାଟିଦେଲେ, ପଛ ରାସ୍ତା ବନ୍ଦ କରିଦିଅ। ଇଲେକ୍ଟ୍ରିକ କାର ଖରାପ ହୋଇଯାଇଛି।
ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିକ୍ୟୁରିଟି ଗାର୍ଡ ଦେଇଥିବା ଅଭିଯୋଗ ଅନୁଯାୟୀ, ମା ରମାବାଇ ମାର୍ଗ ପୋଲିସ ଷ୍ଟସନରେ ଏକ ମାମଲା ରୁଜୁ ହୋଇଛି। ହେଲେ ପୋଲିସର ଏହି ସନ୍ଦେହ ରହିଛି ଯେ, କୌଣସି ବ୍ୟକ୍ତି ଦୁଷ୍ଟ କାର୍ଯ୍ୟ କରିଛି। ପୋଲିସ ନିଜ ତଦନ୍ତ ଜାରି ରଖିଛି।