ନୂଆଦିଲ୍ଲୀ: ଅନେକ ଲୋକେ ସୋସିଆଲ ମିଡିଆରେ ଭାଇରାଲ ହୋଇ ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି। ଏଥିରୁ ଇନଷ୍ଟଗ୍ରାମ ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ। ଲୋକେ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରିଥାଆନ୍ତି ଏବଂ ରିଲ୍ସ ମଧ୍ୟ ଅପଲୋଡ କରୁଛନ୍ତି। ଅନେକ ଲୋକେ ଫଟୋ ଏବଂ ରିଲ୍ସ ଅପଲୋଡ କରିବାର ସଠିକ ସମୟ ବିଷୟରେ ଜାଣିନାହାନ୍ତି। ଭାରତରେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ଏବଂ ରିଲ୍ସ ଅପଲୋଡ କରିବାର ଉଚିତ ସମୟ ଅଡିଏନ୍ସଙ୍କର ଡେମୋଗ୍ରାଫି ଏବଂ ସମୟ ଆଧାରରେ ଭିନ୍ନ-ଭିନ୍ନ ହୋଇପାରେ। ହେଲେ ଆମେ ଆପଣଙ୍କୁ ସାମାନ୍ୟ ଟ୍ରେଣ୍ଡ ଏବଂ ଡାଟା ଆଧାରରେ ପୋଷ୍ଟିଂର ଉଚିତ ସମୟ କଣ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା..
ଯଦି ଆପଣ ଇନଷ୍ଟାଗ୍ରାମରେ ନିଜ ଫଲୋର୍ସ ବଢାଇବାକୁ ଚାହୁଁଛନ୍ତି ତେବେ ସବୁଠାରୁ ଆବଶ୍ୟକ ହେଉଛି ରିଲରେ ପୋଷ୍ଟ କରିବା ଲାଗି ଉଚିତ ସମୟ ବିଷୟରେ ଜାଣିବା ଦରକାର। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଟାଇମ ଇନଷ୍ଟାଗ୍ରାମରେ ରିଲ୍ସ ପକାଇବା ପାଇଁ ପରଫେକ୍ଟ ସମୟ।
ଏହା ବ୍ୟତୀତ ଯଦି ଆପଣ ନିଜ ଫଲୋର୍ସ ବଢାଇବାକୁ ଚାହୁଁଛନ୍ତି, ତେବେ ଇନଷ୍ଟାଗ୍ରାମରେ ଦ୍ୱିପ୍ରହର ୧୨ଟାରେ ସମୟରେ ପୋଷ୍ଟ କରିବା ଉଚିତ ସମୟ। ଏହି ସମୟରେ ପକାଯାଇଥିବା ଭିଡିଓରେ ଅଧିକ ରିଚ ଆସିବ। ଇନଷ୍ଟାଗ୍ରାମରେ ଫଲୋର୍ସ ବଢାଇବା ପାଇଁ ଉଚିତ ସମୟ ହେଉଛି ସହ ଏହା ମଧ୍ୟ ଆବଶ୍ୟକ ଯେ, ଫଲୋର୍ସଙ୍କୁ ୟୁନିକ ଏବଂ ଭଲ କଣ୍ଟେଣ୍ଟ ମିଳୁ। କଣ୍ଟେଣ୍ଟ ଯେତେ ଆକର୍ଷଣୀୟ ହେବ ସେତେ ଫଲୋର୍ସ ବଢିବେ।
ଇନଷ୍ଟାଗ୍ରାମରେ ଆପଣ ଯେତେବେଳେ ବି ରିଲ ଅପଲୋଡ କରୁଛନ୍ତି, ସେହି ସମୟରେ ଆପଣ ହ୍ୟାସଟ୍ୟାଗକୁ ବ୍ୟବହାର କରନ୍ତୁ। ଟ୍ରେଣ୍ଡିଂ ହାଟ୍ୟାଗ ଅଧିକ ଲାଭଦାୟକ ପ୍ରମାଣିତ ହୋଇପାରେ। ଏଥିସହ ହାସଟ୍ୟାଗ ଏପରି ହେବା ଆବଶ୍ୟକ, ଯାହାକି କଣ୍ଟେଣ୍ଟ ସହ ଜଡିତ ରହିବା ଆବଶ୍ୟକ। ଏଥିସହ ପ୍ରତିଦିନ ନୂଆ ନୂଆ କଣ୍ଟେଣ୍ଟ ପକାନ୍ତୁ।