ଭୁବନେଶ୍ୱର- ସିଙ୍ଗାପୁର ଗସ୍ତ ସଫଳ ହୋଇଛି ଓ ଅନେକ କମ୍ପାନୀ ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଳେଭରେ ଯୋଗ ଦେବା ପାଇଁ ଓଡିଶା ଆସିବାକୁ ଆଗ୍ରହ ଦେଖାଇଥିବା ସିଙ୍ଗାପୁର ଗସ୍ତରେ ମେକ ଇନ୍ ଓଡ଼ିଶା କନକ୍ଳେଭର ରୋଡ଼ ସୋ ପରେ ଓଡିଶା ଫେରି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।
ନିଜ ପ୍ରତିକ୍ରିୟା ରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଓଡିଶା ରେ ପୁଞ୍ଜି ନିବେଶ ପାଇଁ ଯୋଜନା କରାଯାଇଛିା ବିଭିନ୍ନ ପର୍ୟ୍ୟାୟରେ ପୁଞ୍ଜିନିବେଶକାରୀ କମ୍ପାନୀଙ୍କ ସହ ୱାନ ଟୁ ୱାନ ଆଲୋଚନା ହୋଇଛି । ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ପେଟ୍ରୋଲିୟମ ସେକ୍ଟରର ବିଭିନ୍ନ ପ୍ରକଳ୍ପ ଓଡିଶାରେ ସ୍ଥାପନ ଦିଗରେ ଆଲୋଚନା ହୋଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ଏଥିସହ ଟେକ୍ସଟାଇଲ, କଣ୍ଟେନର ମ୍ୟାନୁ ଫେକଚରିଂ, ରିନୁଏବୁଲା ଏନର୍ଜି, ଗ୍ରୀନ ଏମୋନିଆର ଶିଳ୍ପପତିଙ୍କ ସହ ଆଲୋଚନା ହୋଇଛି । ଓଡିଶାର ଭିତ୍ତିଭୂମି ନେଇ ସେମାନଙ୍କୁ ଅବଗତ କରିବା ସହ ସବୁ ସହାୟତା ଯୋଗାଇ ଦେବାକୁ କହିଛୁ । ସିଙ୍ଗାପୁରରେ ବିଭିନ୍ନ ସେମିକଣ୍ଡକ୍ଟର କମ୍ପାନୀ ଓଞଋଝ ରେ ଓଡ଼ିଆ ଯୁବକ କିପରି ଅଧିକ ରୋଜଗାର ପାଇବେ ସେ ଦିଗ ରେ ଆଲୋଚନା ହୋଇଥିବା କହିଛନ୍ତି ମନ୍ତ୍ରୀ ।