ନୂଆଦିଲ୍ଲୀ: ଇସ୍ତ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରୀ । ଆନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ର ବିଚାରପତିମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ହାମାସ ସାମରିକ କମାଣ୍ଡରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏକ ପ୍ରି-ଟ୍ରାଏଲ୍ ଚାମ୍ବର କୋର୍ଟର ଅଧିକାରକୁ ନେଇ ଇସ୍ରାଏଲ୍ ଚ୍ୟାଲେଞ୍ଜକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୟୋଭ୍ ଗାଲାଣ୍ଟଙ୍କ ପାଇଁ ୱାରେଣ୍ଟ ଜାରି କରିଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି ।
ନେତାନ୍ୟାହୁଙ୍କ ବିରୋଧରେ ଅପରାଧ, ନିର୍ଯାତନା ଏବଂ ଅମାନବୀୟ କାର୍ଯ୍ୟ କରିଥିବା ନେଇ ଅନ୍ତର୍ଜାତୀୟ କୋର୍ଟ ପକ୍ଷରୁ କୁହାଯାଇଛି । ଗାଜାରେ ଅନେକ ପ୍ରତିବନ୍ଧକ ଲଗାଯିବା କାରଣରୁ ଅକାରଣରେ ଅନେକଙ୍କର ମୃତ୍ୟୁ ହୋଇଥିଲା । ବିଶେଷକରି ଖାଦ୍ୟ, ଜଳରେ ପ୍ରତିବନ୍ଧକ କାରଣରୁ ଛୋଟ ଛୁଆଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କହିରଖୁଛୁ କି, ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଥିଲା । ଗାଜାରେ ଅନେକ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନ ଉପରକୁ ଏୟାରଷ୍ଟାଇକ ହୋଇଥିଲା । ଫଳରେ ଅକାରଣରେ ଲକ୍ଷାଧିକ ଲୋକଙ୍କର ପ୍ରାଣ ଯାଇଥିଲା । ତେବେ ଏଭଳି କାର୍ଯ୍ୟ ଅପରାଧିକ ଅଟେ । ସମସ୍ତ ପ୍ରକାର କାର୍ଯ୍ୟକୁ ତଦାରଖ ରଖି ଏଭଳି ରାୟ ଶୁଣାଯାଇଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।