Whatsapp ୟୁଜରଙ୍କ ପାଇଁ ଖୁସି ଖବର, ଏଣିକି ଭଏସ ନୋଟକୁ କନଭର୍ଟ କରିହେବ Textରେ, କମ୍ପାନୀ ଆଣିଲା ନୂଆ Feature

ଓଡିଶା ଭାସ୍କର- ଆପଣ ହ୍ୱାଟ୍ସଆପ ବ୍ୟବହାର କରୁଥିଲେ ଆପଣଙ୍କ ପାଇଁ ଆସିଲା ଏକ ବଡ ଓ ଖୁସି ଖବର । ହ୍ୱାଟ୍ସ ଆପ ଆଣିଲା ଏମିତି ଏକ ଫିଚର, ଯାହା ଆପଣଙ୍କ ଅନେକ ଚିନ୍ତା ଦୂର କରିଦେବ । ଆଉ ଟେକ୍ସ୍ଟ ଟାଇପ କରିବାକୁ ହେବ ନାହିଁ । ହ୍ୱାଟ୍ସ ଆପ ନୂଆ ଏକ ଫିଚର ଲଞ୍ଚ କରିଛି ଯାହା ଭଏସ ନୋଟ୍ସକୁ ଟେକ୍ସଟରେ କନଭର୍ଟ କରିଦେଉଛି । ଏଣିକି ଭୟସ ମେସେଜ ଶୁଣିବା ବାଦଳରେ ଆପଣ ପଢିପାରିବେ, ଏହା ବିଶେଷ ଭାବେ ଜନଗହଳିପୂର୍ଣ୍ଣ ସ୍ଥାନରେ ଫାଇଦା ଦେବ ।

ଭଏସ ନୋଟକୁ ଟେକ୍ସଟରେ ବଦଳାଇବା ବହୁତ ସହଜ ହୋଇଛି । ଏଥିପାଇଁ ହ୍ୱାଟ୍ସ ଆପ ସେଟିଂରେ ଏହିପରିକିଛି କରିବାକୁ ହେବ । ତେବେ କଣ କରିବେ ଆସନ୍ତୁ ଜାଣିବା । ପ୍ରଥମେ ହ୍ବାଟ୍ସଆପ ସେଟିଂକୁ ଯାଇ ସେଠାରେ ଚ୍ୟାଟ୍ସରେ କ୍ଲିକ କରନ୍ତୁ । ଏହା ପରେ ଆସିବ ଭଏସ ମେସେଜ ଟ୍ରାନ୍ସକ୍ରିପ୍ଶନ । ଟ୍ରାନ୍ସକ୍ରିପ୍ଶନରେ ଏହାକୁ ଫିଚର ଚାଲି ବା ବନ୍ଦ କରିପାରିବେ । ଫିଚର ଅନ କରିବା ପରେ ନିଜ ପସନ୍ଦର ଭାଷା ଚୟନ କରିପାରିବ । ଥରେ ଏହି ଅପସନ ଚାଲୁ କରିବା ପରେ ଭଏସ ନୋଟକୁ ପ୍ରେସ କରି ରଖିବାକୁ ହେବ ଓ ଟ୍ରାନ୍ସକ୍ରାଇବକୁ କ୍ଲିକ କହିବାକୁ ହେବ । ତା ପରେ ଭଏସ ମେସେଜ ଟେକ୍ସ୍ଟରେ ଆପଣଙ୍କ ସମ୍ମୁଖକୁ ଆସିଯିବ । ତା ପରେ ଆପଣ ଆରାମରେ ତାହାକୁ ପଢିପାରିବେ ।

ଏହା ବ୍ୟତୀତ ଏହି ଟ୍ରାନ୍ସକ୍ରିପଶନ ପ୍ରକ୍ରିୟା ସମ୍ପୂର୍ଣ୍ଣରୂପେ ଆପଣଙ୍କ ଡିଭାଇସରେ ରହିଛି । ଏହି ଭଏସ ମେସେଜକୁ ବାହ୍ୟ ସର୍ଭରରେ ପଠାଯାଇ ପାରିବ ନାହିଁ, ଏହା ଅତ୍ୟନ୍ତ ଗୋପନିୟତାକୁ ସୁନିଶ୍ଚିତ କରୁଛି । ଏହା ୟୁଜରଙ୍କ ସୁରକ୍ଷା ଓ ଗୋପନୀୟତାକୁ ପ୍ରତିପାଦନ କରୁଛି । ଏଥିରେ କୌଣସି ସମସ୍ୟା ନାହିଁ । କାରଣ ହ୍ୱାଟ୍ସଆପ ସବୁବେଳେ ୟୁଜର୍ସଙ୍କ ଗୋପନୀୟତାକୁ ପ୍ରାଧାନ୍ୟ ଦେଇଆସିଛି । ତେଣୁ ଏହି ଫିଚରକୁ ମଧ୍ୟ ଗୋପନୀୟ କରିଛି ।