ନୂଆଦିଲ୍ଲୀ- ବିପଦରେ ବ୍ରହ୍ମାଣ୍ଡ । ଗ୍ରାସ କରିବ ମନଷ୍ଟରର ଜୀବାଶ୍ମ । ମନଷ୍ଟର ଯେତିକି ମୃତ୍ୟୁ ଆଡକୁ ଗତି କରୁଛି ତାର ଶରୀରରୁ ସେତିକି ଅଧିକ ଜୀବାଶ୍ମ ବାହାରୁଛି । ଏହି ଜୀବାଶ୍ମ ବାଦଲ ଆକାର ନେଇ ତାରା ଚାରିପାଖରେ ସୃଷ୍ଟି କରୁଛି ଏକ ବଳୟ । ଏହି ବାଦଲର ବଳୟ ସମଗ୍ର ବିଶ୍ୱ ବ୍ରାହ୍ମାଣ୍ଡକୁ ଗ୍ରାସି ଯିବନି ତ?
ଆମ ଆକାଶ ଗଙ୍ଗା ବାହାରେ ତାରା ଖୋଜା ଯାଇଛି । ଏସବୁର କ୍ଲୋଜଅପ ଫଟୋ ସାମ୍ନାକୁ ଆସିଛି । ଏହା ପୃଥିବୀ ଠାରୁ ୧.୬୦ ଲକ୍ଷ ପ୍ରକାଶ ବର୍ଷ ଦୂରରେ । ଏହା ଅତ୍ୟନ୍ତ ବିରାଟ ଓ ଭୟଙ୍କର । ଏହା ସୂର୍ଯ୍ୟଟାରୁ ୨୦୦୦ ଗୁଣା ବଡ ଓ ଏକ ବଡ ମାଗେଲାନିକ କ୍ଲାଉଡ ଅର୍ଥାତ୍ ଅନିୟମିତ ଗାଲାକ୍ସି, ଯାହା ଏକ ଗ୍ୟାସୀୟ ଆସ୍ତରଣର ଅଂଶ ଓ ଆକାଶର ଦକ୍ଷିଣ ଭାଗରେ ପ୍ରାୟ ୨୨ ଡିଗ୍ରୀ ଦୂରରେ ରହିଛି । ଏହାକୁ ବୈଜ୍ଞାନିକମାନେ ଦ ମନଷ୍ଟର କହୁଥିଲେ, ଏବେ ଏହାର ନାଁ ହୋଇଛି ଡଙଐ ଏ୬୪ ।।
ଏହି ତାରା ଯେଉଁ ଗ୍ୟାଲେକ୍ସିରେ ରହିଛି, ତାହା ଏକ ଡ୍ୱାର୍ଫ ଗ୍ୟାଲେକ୍ସି, ଅର୍ଥାତ୍ ଛୋଟ ଗ୍ୟାଲେକ୍ସି । ଯାହା ଆମ ଗ୍ୟାଲେକ୍ସି ଚାରି ପାଖରେ ଚକ୍କର ଲଗାଉଛି । ଏହାର କ୍କୋଜଅପ ଫଟୋ ନେଇଛନ୍ତି ବୈଜ୍ଞାନିକ । ଏଥିପାଇଁ ଲାର୍ଜ ଟେଲିସ୍କୋପ ଇଣ୍ଟରଫେରୋମିଟର (ଭିଏଲଟିଆଇ)ର ବ୍ୟବହାର କରାଯାଇଛି । ଏହି ଟେଲିସ୍କୋପ ୟୁରୋପିଆନ ସାଉଦର୍ନ ଅବ୍ଚରଭେଟରୀରେ ରହିଛି ।
ଚିଲିର ଆନ୍ଧ୍ରିବେଲୋ ନାସନାଲ ୟୁନିଭର୍ସିଟିର ଆଷ୍ଟ୍ରୋଫିଜିସିଷ୍ଟ କିଚି ଓନାକା କହିଛନ୍ତି କି ଆମେ ଏହି ତାରା ଚାରି ପଟେ କକୁନ ପରି ଅଣ୍ଡାକାର ବାଦଲର ଘେରା ଦେଖୁଛି । ଏହାର ଅର୍ଥ ହୋଇପାରେ କି ଏସବୁ ବାଦଲ ତାରାର ମୃତ୍ୟୁ କାରଣରୁ ବାହାରିଛି । ଏହି ତାରା ମରୁଛି ବା ଏବେ ସୁପର ନୋଭା ବିସ୍ଫୋଟ ଦେଇ ତାରାଟି ଗତିକରୁଛି ।
ଡବ୍ଲିଓଏଚ ଜି୬୪ ତାରା ବେଟଲଗୁଜଠାରୁ ତିନି ଗୁଣା ଅଧିକ । କିନ୍ତୁ ଏହାର ଦୂରତା ପୃଥିବୀଠାରୁ ୨୫୦ ଗୁଣା ଅଧିକ । ଏଥିପାଇ ଅତି ଛୋଟ ଓ ଧୁଆଁଳିଆ ଦେଖିବାକୁ । ଓନାକା ଓ ତାଙ୍କ ସାଥି ଏହି ତାରାର ଅନୁଧ୍ୟାନ ବହୁ ବର୍ଷ ଧରି କରୁଛନ୍ତି । ୨୦୨୦ରୁ ଓନାକାଙ୍କ ଟିମ ଏହି ତାରାର ଫଟୋ ପ୍ରସ୍ତୁତ କରିବାରେ ଲାଗିଛନ୍ତି ।