SBI ନିଯୁକ୍ତି: ୧୬୯ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ୧୬୦ଟି ସ୍ପେଶାଲିଷ୍ଟ ଅଫିସର (ଆସିଷ୍ଟାଣ୍ଟ ମ୍ୟାନେଜର) ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏନେଇ ନଭେମ୍ବର ୨୨ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ତାହା ଡିସେମ୍ବର ୧୨ ତାରିଖରେ ସମାପ୍ତ ହେବ । ଜେନେରାଲ, ଓବିସି, ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ୭୫୦ ଟଙ୍କା ଆବେଦନ ଫିସ୍ ରହିଛି । ଅନ୍ୟପକ୍ଷରେ ଏସସି, ଏସଟି, ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେେମେଣ୍ଟ ଡେବିଟ୍ କାର୍ଡ, କ୍ରେଟିଡ୍ କାର୍ଡ ଓ ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଅନଲାଇନରେ ଗ୍ରହଣ କରାଯିବ । ଏହି ନିଯୁକ୍ତି ବାବଦରେ ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଚେକ୍ କରିପାରିବେ ।

ଚଳିତ ବର୍ଷ ଅକ୍ଟୋବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୨୧ ବର୍ଷ ହୋଇଥିବା ଆବଶ୍ୟକ । ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟର-ସିଭିଲ / ଇଲେକ୍ଟ୍ରିକାଲ) ପଦ ପାଇଁ ସର୍ବାଧିକ ବୟସ ସୀମା ୩୦ ରହିଥିବା ବେଳେ ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟରି-ଫାୟାର) ପଦ ପାଇଁ ଏହି ସୀମା ୪୦ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ମୋଟ ୧୬୯ଟି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/sbiscooct24/

ନୋଟିଫିକେସନ ଲିଙ୍କ: https://sbi.co.in/documents/77530/43947057/21112024_FINAL+ADV_OL+%26+CS+REGULAR_SCO_2024-25_18.pdf/24047c7d-6ee1-4521-bea1-844cb1ae91b9?t=1732196250004