ଓପିଜିସି ତରଫରୁ ନୋଟିଫିକେସନ: ନଭେମ୍ବର ୨୮ ପୂର୍ବରୁ ହାର୍ଡ କପି ପଠାଇବେ ଆବେଦନକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ଲିମିଟେଡ (ଓପିଜିସି) ତରଫରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୬ରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତା ୨୮ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନିଜର ଅନଲାଇନ୍ ଆପ୍ଲିକେସନର ହାର୍ଡକପି ସହିତ ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରଦତ୍ତ ଠିକଣାରେ ପଠାଇ ପାରିବେ । କେବଳ ଅନଲାଇନରେ ଆବେଦନ କରିଥିବା ପ୍ରାର୍ଥୀମାନେ ହାର୍ଡକପି ପଠାଇ ପାରିବେ । ଏହି ନିଯୁକ୍ତିର ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଯାଇ ଚେକ୍ କରିପାରିବେ ।

ମ୍ୟାନେଜର- ସିଭିଲ ପାଇଁ ୧ଟି, ମ୍ୟାନେଜର- କ୍ୱାଲିଟି ପାଇଁ ୧ଟି, ଆସିଷ୍ଟାଣ୍ଟ ମ୍ୟାନେଜର- କ୍ୱାଲିଟି ପାଇଁ ୨ଟି, ଆସିଷ୍ଟାଣ୍ଟ ମ୍ୟାନେଜର- ଓଆଣ୍ଡଏମ (ଏଏଚପି ମେଣ୍ଟେନାନ୍ସ) ପାଇଁ ୨ଟି, ଆସିଷ୍ଟାଣ୍ଟ ମ୍ୟାନେଜର- ସିଏଚପି ପାଇଁ ୩ଟି, ଆସିଷ୍ଟାଣ୍ଟ ମ୍ୟାନେଜର- ଏମଜିଆର ପାଇଁ ୧ଟି ଏପରି ଭାବେ ମୋଟ ୧୦ଟି ପଦ ଖାଲି ରହିଛି । ଅଣସଂରକ୍ଷିତ, ଅନ୍ୟ ପଛୁଆ ବର୍ଗ (ଓବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://opgc.co.in/opgc_recruitment/frmCareeer.aspx

ନୋଟିଫିକେସନ ଲିଙ୍କ: https://www.opgc.co.in/opgc_recruitment/OPGC_Detailed_Adv_OPGC_CO_HR_03_2024.pdf