ପର୍ଥ: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଛନ୍ତି । ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ କୋହଲିଙ୍କ ଏହି ଶତକ ବଳରେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚରେ ଏକ ଦୃଢ ସ୍ଥିତିରେ ରହିଛି । ଅନେକ ଦିନ ପରେ ବିରାଟଙ୍କ ବ୍ୟାଟରୁ ଟେଷ୍ଟ ଶତକ ଦେଖି ଖୁସିରେ ନାଚି ଉଠିଥିଲେ ଦର୍ଶକ । କିନ୍ତୁ କିଛଇ ସମୟ ଭିତରେ ହିଁ ଫ୍ୟାନ୍ସମାନେ ଖୁବ ରାଗି ଯାଇଥିଲେ । ଷ୍ଟାଡିୟମରେ ବାରମ୍ବାର ଅନୁଷ୍କା ଶର୍ମାଙ୍କୁ ଦେଖାଇବାରୁ ଦର୍ଶକ ଖୁବ ରାଗି ଯାଇଛନ୍ତି । ଏହାପରେ ସୋସିଆଲ ମିଡିଆରେ ଅନେକ କମେଣ୍ଟ ଦେଖିବାକୁ ମିଳିଛି ।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚର ତୃତୀୟ ଦିନରେ କିଙ୍ଗ କୋହଲି ଏକ ଦମଦାର ଶତକ ହସଲ କରିଛନ୍ତି । ୧୪୩ଟି ବଲରୁ ୮ଟି ଚୌକା ଏବଂ ୨ଟି ଛକା ସହ କୋହଲି ଅନେକ ଦିନର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ବିରାଟଙ୍କ ଶତକ ଭାରତକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇ ପାରିଛି । ତେବେ ବିରାଟଙ୍କ ଶତକ ସମୟରେ ଷ୍ଟାଡିୟମରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ । ବିରାଟ ଯେତେବେଳେ ଶତକ ମାରିଥିଲେ, ସେ ଖୁସିରେ ନାଚି ଉଠିଥିଲେ । ଏବେ ସୋସିଆଲ ମିଡିଆରେ ମ୍ୟାଚ ସମୟରେ ଅନୁଷ୍କାଙ୍କ କିଛି ଫଟୋ ଭାଇରାଲ ହେଉଛି । ଏଥିରେ ଲୋକେ ପ୍ରତିକ୍ରିୟା ଦେଇ “ଟିକେ ମ୍ୟାଚ୍ ବି ଦେଖାଅ” ବୋଲି କଟାକ୍ଷ କରିଛନ୍ତି । ମ୍ୟାଚରେ ଅନୁଷ୍କା ଲଗାତାର ଭାବେ ବିରାଟଙ୍କୁ ପ୍ରୋତ୍ସାହିତ କରୁଥିଲେ । ସେ ରନ୍ କରିବା ବେଳେ ଅନୁଷ୍କା ଖୁସି ନଜର ଆସୁଥିଲେ । ସେହିଭଳି ଷ୍ଟାଡିୟମରେ ଥିବା କ୍ୟାମେରା ତାଙ୍କ ପ୍ରତିକ୍ରିୟା ଦେଖାଉଥିଲେ । ଏହାକୁ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଗ୍ରହଣ କରିପାରୁନାହାନ୍ତି ।
ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ସମୟରେ ବାରମ୍ବାର ଷ୍ଟାଡିୟମରେ ଥିବା ଅନୁଷ୍କାଙ୍କୁ ଦେଖାଇବା ବର୍ତ୍ତମାନ ଟ୍ରୋଲର ବିଷୟ ପାଲଟଇଛି । ସୋସିଆଲ ମିଡିଆରେ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ଅନେକ ଲୋକ ଏହାକୁ ନେଇ ଆଲୋଚନା କରୁଥିବା ବେଳେ କିଛି ୟୁଜର ଏହାକୁ ସାଧାରଣ କଥା ବୋଲି କହିଛନ୍ତି ।