(Breaking) ଦେହ ବ୍ୟବସାୟର କିଙ୍ଗପିନକୁ ଧରିବାକୁ ରାଜଧାନୀରେ ରେଡ ଜାରି

ଭୁବନେଶ୍ୱର- ବାଙ୍ଗଲାଦେଶୀ ନାବାଳିକା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ନିଦରୁ ଉଠିଛି ପୋଲିସ । ମାମଲାରେ ଗତକାଲି କଟକର ଦଲାଲ ଦମ୍ପତିଙ୍କୁ ଗିରଫ କରିବା ସହ ସେମାନଙ୍କ ସୂଚନା ଆଧାରରେ ଆଜି ରାଜଧାନୀର ୧୦ ସ୍ଥାନରେ ଚଢାଉ ଚଳାଇଛି ପୋଲିସ । ଏହି କଳା କାରନାମାର ମାଷ୍ଟର ମାଇଣ୍ଡ ଭୁବନେଶ୍ୱରରେ ଥିବା ଦଲାଲ ଦମ୍ପତି ସୂଚନା ଦେଇଥିଲେ ପୋଲିସକୁ ।

ଦଲାଲ ଦମ୍ପତିଙ୍କ ଠାରୁ ପୋଲିସ ଦେହ ବ୍ୟବସାୟର ମାଷ୍ଟର ମାଇଣ୍ଡ ଭୁବନେଶ୍ୱରେ ଥିବା ଜାଣିଛି । ତାକୁ ଧରିବାକୁ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ । ମୁଖ୍ୟତଃ ନାବାଳିକାକୁ ପଠାଯାଉଥିବା ବିଭିନ୍ନ ହୋଟେଲ, ଲଜ ଉପରେ ଚଢାଉ ଚାଲିଛି । ମାଷ୍ଟର ମାଇଣ୍ଡ ଧରା ପଡିବା ପରେ ଅନେକ ଗୁମର ଉପରୁ ପରଦା ଉଠିବ ବୋଲି ଆଶାକରୁଛି ପୋଲିସ । ଏପରି କରି ପୋଲିସ ନିଜ ଦେହରେ ଲାଗିଥିବା କଳଙ୍କ ଧୋଇବାକୁ ମଧ୍ୟ ଚେଷ୍ଟା କରୁଛି ।

ନାବାଳିକାଠାରୁ ପୋଲିସ ଜାଣିବାକୁ ପାଇଛି କି, ବାଙ୍ଗଲାଦେଶରୁ ନାବାଳିକା ଓ ଯୁବତୀଙ୍କୁ ଚାକିରିର ଲୋଭ ଦେଖାଇ ପଶ୍ଚିମ ବଙ୍ଗ ଦେଇ ଓଡିଶା ଆଣାଯାଉଥିଲା । ଏହା ଭିତରେ ପୋଲିସ ମଧ୍ୟ ୨୦ର ୁଅଧିକ ବାଙ୍ଗଲାଦେଶୀ ଦେହଜୀବୀଙ୍କୁ ଉଦ୍ଧାର କରିସାରିଛି । ରାଜ୍ୟରେ ଏହି କାମ ବେଧଡକ ଚାଲିଥିବା ବେଳେ ପୋଲିସ ନିଦରେ ଶୋଇଥିବା କଥା ପଦାକୁ ଆସିଛି । ତେବେ ଏହି ପ୍ରସଙ୍ଗକୁ ନେଇ ପୋଲିସ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେବା ଆଗରୁ ପୋଲିସ ନିଜ ପାରିଲା ପଣିଆ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛି ।