ନୂଆଦିଲ୍ଲୀ: ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମହାୟୁତିର ବିପୁଳ ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମହାୟୁତିର ବିପୁଳ ବିଜୟ ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ଏକନାଥ ସିନ୍ଦେ ରାଜଭବନ ପହଞ୍ଚି ଇସ୍ତଫା ଦେଇଛନ୍ତି ।
ଏକନାଥ ସିନ୍ଦେଙ୍କର ଶିବନେତା ନେତା ନରେଶ ମାସ୍କେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କହିଛନ୍ତି, ମହାୟୁତିର ନେତା ହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ । ଏହାର ନିଷ୍ପତ୍ତି ଶୀଘ୍ର ନିଆଯିବ । ମହାରାଷ୍ଟ୍ର ଫଳାଫଳ ଆସିବାର 3 ଦିନ ପରେ ମଧ୍ୟ ସସପେନ୍ସ ଜାରି ରହିଛି । କୁହାଯାଉଛି ଯେ, ମାହୟୁତିର ସବୁଠାରୁ ବଡ ପାର୍ଟି କାରଣରୁ ବିଜେପି ନିଜ ଦଳର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । ତେବେ ପୂର୍ବତନ ମୁଖ୍ୟତମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନାମ ସବୁଠାରୁ ଆଗରେ ରହିଛି । ତେବେ ଫଡନାଭିସଙ୍କୁ ନେଇ ଅଜିତ ପାଓ୍ବାର ମଧ୍ୟ ସହମତି ପ୍ରକାଶ କରିଛନ୍ତି । କିନ୍ତୁ ଶିବସେନା ପୁନର୍ବାର ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । ତେବେ ଫଡନାଭିସ ଦିଲ୍ଲୀ ପହଞ୍ଚି ଓମ ବିଲ୍ଲାଙ୍କର ଝିଅର ବିବାହରେ ଯୋଗ ଦେଇଦେଇଛନ୍ତି । ସେ ଖୁବଶୀଘ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ବୈଠକ କରି ସରକାର ଗଠନର ଫର୍ମୁଲା ରଖିବେ । ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି 288 ଆସନରୁ 230 ଆଶନ ଅକ୍ତିଆର କରିଛି । ତେବେ ମହାୟୁତି ବିରୋଧରେ ଲଢୁଥିବା ଦଳ ମହାଅଘାଡିର ଶୋଚନୀୟ ପରାଜୟ ହୋଇଛି ।