ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଗୋଚର ବ୍ୟକ୍ତିର ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଶୁକ୍ରକୁ ଧନ, ପ୍ରେମ, ଐଶ୍ୱର୍ଯ୍ୟ ଏବଂ ସୁଖର କାରକ ଭାବେ ବିବେଚିତ କରାଯାଇଛି । ଶୁକ୍ର ରାଶି ପରିବର୍ତ୍ତନ କଲେ ବ୍ୟକ୍ତିର ଜୀବନରେ ସୁଖ, ସମୃଦ୍ଧି, ସଫଳତା ଭଳି ଶୁଭ ପରିଣାମ ମିଳିଥାଏ । ସେହିପରି ଶୁକ୍ର ପ୍ରଭାବରେ କିଛି ରାଶିଙ୍କ ବୈବାହିକ ଜୀବନରେ ଚାପ ବଢ଼ିବା ସହ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନର ସନ୍ତୁଳନ ବିଗିଡ଼ିଯାଏ । ଚଳିତ ବର୍ଷ ଡିସେମ୍ବରରେ ଶୁକ୍ର ଦୁଇ ଥର ରାଶି ପରିବର୍ତ୍ତନ କରିବେ ।
ଡିସେମ୍ବର ୨ ତାରିଖ ଦିନ ଶୁକ୍ର ଶନିର ମକର ରାଶିରେ ପ୍ରବେଶ କରିବେ । ଏହି ଦିନ ସକାଳ ୧୧ଟା ୪୬ ମିନିଟରେ ଶୁକ୍ର ମକର ରାଶିରେ ଗୋଚର କରିବେ । ଫଳରେ କିଛି ରାଶିଙ୍କ ଖୁସିଙ୍କ ଉପରେ ଗ୍ରହଣ ଲାଗିବ । ତେଣୁ ସାବଧାନତା ଅବଲମ୍ବନ କରିବା ଉଚିତ ।
୧. କର୍କଟ ରାଶି: ଶୁକ୍ରର ଅଶୁଭ ପ୍ରଭାବ ଏହି ରାଶିଙ୍କ ଉପରେ ଦେଖିବାକୁ ମିଳିବ । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ । ମନ ଅସ୍ଥିର ରହିବ । ତରବରିଆ ଭାବେ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ । ବିରୋଧୀ କାର୍ଯ୍ୟରେ ବାଧା ସୃଷ୍ଟି କରିପାରିବେ । ପାର୍ଟନର ସହ ମନମାଳିନ୍ୟ ହୋଇପାରେ ।
୨. ବିଛା ରାଶି: ଶନି ରାଶିରେ ଶୁକ୍ର ଗୋଚର କରିବା ପରେ ଆର୍ଥିକ ସମସ୍ୟା ବୃଦ୍ଧି ପାଇପାରେ । ଚାକିରିରେ ମନ ଅସ୍ଥିର ରହିବା ସହ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ।
୩. ମିଥୁନ ରାଶି: ଶୁକ୍ରର ରାଶି ପରିବର୍ତ୍ତନ ମିଥୁନ ରାଶିଙ୍କ ପାଇଁ ଅଶୁଭ ରହିବ । ପାରିବାରିକ ଜୀବନରେ ଉତ୍ଥାନ ପତନ ଦେଖିବାକୁ ମିଳିବ । ଆୟ ହ୍ରାସ ପାଇବ ଓ ଖର୍ଚ୍ଚ ବୃଦ୍ଧି ହେବ । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ । ଅନ୍ୟ ଉପରେ ସହଜରେ ବିଶ୍ୱାସ କରିବା ଠାରୁ ଦୂରେଇ ରୁହନ୍ତୁ ।