ଓଡ଼ିଶା ଭାସ୍କର: ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ଡିସେମ୍ବର ୮ ପର୍ଯ୍ୟନ୍ତ ମାଓବାଦୀଙ୍କ ତରଫରୁ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଓଡ଼ିଶା- ଆନ୍ଧ୍ର ସୀମାରେ କୌଣସି ମାଓ ପୋଷ୍ଟର ଦେଖିବାକୁ ମିଳିନଥିବା ବେଳେ ଛତିଶଗଡ଼ର ବିଭିନ୍ନ ଗାଁରେ ଲାଗିଛି ମାଓ ପୋଷ୍ଟର ।
ଛତିଶଗଡ଼ ସରକାରଙ୍କ ତରଫରୁ ଜାରି କରାଯାଇଥିବା ମାଓ ବିରୋଧୀ ଅପରେସନକୁ ବିରୋଧ କରିବା ପାଇଁ ମାଓ ସଂଗଠନ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି । ଛତିଶଗଡ଼ ଜୋନାଲ ସବ୍ ବ୍ୟୁରୋ ମାଓ ସଂଗଠନ ଏହି ପ୍ରେସ୍ ବିଜ୍ଞପ୍ତି ଜାରି କରି ଗାଁ ଗାଁରେ ଉତ୍ସାହ ସହ ୨୪ତମ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଅପରପକ୍ଷରେ ଏହି ଆହ୍ୱାନ ମାଧ୍ୟମରେ ଆରଏସଏସ ଏବଂ ବିଜେପିକୁ ବିରୋଧ କରିଛି ମାଓ ସଂଗଠନ ।