ଭୁବନେଶ୍ୱର: ବିଜୁ ଜନତା ଦଳରୁ ଦୂରେଇ ଯାଉଛନ୍ତି ଟାଣୁଆ ନେତା । ଗତ କିଛି ଦିନରେ ଅନେକ ନେତା ବିଜେଡି ଛାଡ଼ିଥିବା ବେଳେ ଆଜି ଆଉ ଜଣେ ନେତା ନିଜ ଇସ୍ତପା ପ୍ରଦାନ କରିଛନ୍ତି । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡି ଛାଡ଼ିଛନ୍ତି । ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ନେଇ ଦଳର ସୁପ୍ରିମୋଙ୍କୁ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ତେବେ ଏହାପରେ ସେ କେଉଁ ଦଳକୁ ସାମିଲ ହେବେ କିମ୍ବା ସ୍ୱାଧୀନ ରହିବେ ସେ ନେଇ କୌଣସି ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ଇସ୍ତଫା ବେଳେ ସେ କହିଛନ୍ତି ଯେ, ଲୋକଙ୍କ ସେବା କରିବି ଏବଂ ଅଞ୍ଚଳର ବିକାଶ ପାଇଁ କାମ କରିବାକୁ ଚେଷ୍ଟା ଜାରି ରଖିବେ ରଘୁପତି । ଇସ୍ତଫା ଦେବା ପୂର୍ବରୁ ସେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ପଦରେ ରହିଥିଲେ ।